Tuesday , August 16 2022
Breaking News
Home / ବିଶେଷ / ରାଷ୍ଟ୍ରନିର୍ମାଣ ଅଭିଯାନ ପକ୍ଷରୁ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି

ରାଷ୍ଟ୍ରନିର୍ମାଣ ଅଭିଯାନ ପକ୍ଷରୁ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୦/୧୨/୨୦୨୧(ଓଡ଼ିଶା ସମାଚାର)-ସାମାଜିକ ଅନୁଷ୍ଠାନ ରାଷ୍ଟ୍ରନିର୍ମାଣ ଅଭିଯାନ ପକ୍ଷରୁ ଭାରତୀୟ ତିନି ସେନାର ମୁଖ୍ୟ ସ୍ୱର୍ଗତ ବିପିନ ରାୱତ ଏବଂ ହେଲିକେପ୍ଟର ଦୂର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ସେନା ଅଧିକାରୀ ଓ ଯୱାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଅନୁଷ୍ଠାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମହମବତୀ ପ୍ରଜ୍ଜ୍ୱଳନ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ସ୍ୱର୍ଗତ ରାୱତଙ୍କ ଦେଶଭକ୍ତି ଓ ଆଦର୍ଶ ଜୀବନ ଆଗାମୀ ପିଢିର ଯୁବକମାନଙ୍କୁ ଦେଶସେବା ପ୍ରତି ନିଜକୁ ଉତ୍ସର୍ଗ କରିବା ପାଇଁ ଉତ୍ସାହିତ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମଳୟ ସାହୁ ଓ ରଶ୍ମିରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାତୃଦତ ମହାନ୍ତି, ପ୍ରସନ୍ନ କୁମାର ପରିଡା, ପ୍ରଶାନ୍ତ ନାୟକ, ପ୍ରଦୀପ ସାହୁ, ଦିଲ୍ଲିପ ମହାନ୍ତି, ମହେଶ ପାଢୀ, ସନ୍ତୋଷ ପୋଥାଳ, ନଗେନ ଜେନା, ଉମେଶ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.