Wednesday , January 19 2022
Breaking News
Home / ଶିକ୍ଷା / ରାଜଧାନୀରେ କରୋନା ଭୂତାଣୁ କାୟା ବିସ୍ତାର କରୁଛି

ରାଜଧାନୀରେ କରୋନା ଭୂତାଣୁ କାୟା ବିସ୍ତାର କରୁଛି

ଭୁବନେଶ୍ୱର , ୧୦/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜଧାନୀରେ କରୋନା ଭୂତାଣୁ ସକ୍ରୀୟ ରହିଛି । ବିଧାନସଭାର ସଚୀବ ଓ ତାଙ୍କର ଡ଼୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ କ୍ୟାପିଟାଲ ହାଇସ୍କୁଲରେ ଦୁଇ ଜଣ ନବମ ଶ୍ରେଣୀ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବୁଧବାର ବିଏମସି ପକ୍ଷରୁ କରାଯାଇଥିବା କରୋନା ଟେଷ୍ଟିଂ କ୍ୟାମ୍ପରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଆକ୍ରାନ୍ତ ହେବା ପରେ ଦୁଇ ଜଣ ଛାତ୍ର ହୋମ୍ ଆଇସୋଲେସନରେ ରହିଛନ୍ତି। ସ୍କୁଲ୍କୁ ବିଶୋଧନ କରାଯିବା ସହ ସାନିଟାଇଜ୍ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ବିଏମ୍ସିକୁ ଅନୁରୋଧ କରିଛନ୍ତି। ଦୁଇ ଜଣ ସଂକ୍ରମିତ ହେବା ପରେ ଆଛ ୩୭୨ ଜଣ ପିଲାଙ୍କ ଟେଷ୍ଟ କରାଯାଇଛି। ତାହାର ରିପୋର୍ଟ ଆସିନି।
ଅନ୍ୟପକ୍ଷରେ ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଗତ ଦୁଇରୁ ଅଢ଼େଇ ମାସ ମଧ୍ୟରେ ୨୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆକ୍ରାନ୍ତ ହୋଇଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କରୋନା ଆକ୍ରାନ୍ତ ହେବା ଚିନ୍ତା ବଢ଼ାଇଛି। ଓଡ଼ିଶା ସମାଚାର

About admin

Check Also

ବାଜିରାଉତ କଲେଜରେ ଛାତ୍ରଛାତ୍ରୀଙ୍କୁ ଟୀକାକରଣ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଟୀକାକରଣ କାର୍ଯ୍ୟକ୍ରମ …

Leave a Reply

Your email address will not be published. Required fields are marked *