Saturday , November 26 2022
Breaking News
Home / ବିଶେଷ / ମାହାଙ୍ଗା ଡବଲ ମଡର ଘଟଣା:କୋର୍ଟ ରେ ହଜାର ହେଲେ ମାହାଙ୍ଗା ଆଇଆଇସି

ମାହାଙ୍ଗା ଡବଲ ମଡର ଘଟଣା:କୋର୍ଟ ରେ ହଜାର ହେଲେ ମାହାଙ୍ଗା ଆଇଆଇସି

ସାଲେପୁର ୧୦/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜେଏମଏଫସି କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ କେଶ ଡାଏରୀ ଓ ସିଡିଆର  ଏହି ମାସ ୧୦ତାରିଖ ସକାଳ ୧୦ଟା ୩୦ ସୁଦ୍ଧା କୋର୍ଟରେ ଜମା କରିବା ସହ କାହିଁକି ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନନିଆଯିବ ତାହା ମଧ୍ୟ ୧୦ ତାରିଖ ଦିନ ଜଣାଇବା ପାଇଁ ନିର୍ଦେଶ ଦେଇଥିଲେ। ପୂର୍ବରୁ ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ୨୪/୮ ଏବଂ ୨୮/୧୧ରେ ଜେଏମଏଫସି  ପୋଲିସକୁ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର  ସଂରକ୍ଷଣ ରିପୋର୍ଟ ଦେବାପାଇଁ ନିର୍ଦେଶ ଦେଇଥିଲେ । କିନ୍ତୁ ପୋଲିସ କେବଳ ସମୟ ମଗୁଥିଲେ। ଏସପି  କଟକଙ୍କ ଚିଠି ଓ  ମାହାଙ୍ଗା ଥାନା ଆଇଆଇସିଙ୍କ ସତ୍ୟପାଠ ବଳରେ ଜେଏମଏଫସି ଙ୍କ ନିର୍ଦେଶର ପୁନଃ ବିଚାର ପାଇଁ ଏଡ଼ିଜେ କୋର୍ଟରେ ହୋଇଥିବା ଆବେଦନକୁ ମାନ୍ୟବର କୋର୍ଟ ଖାରଜ କରିଥିଲେ । କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଆଜି ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି ଠିକ ସମୟରେ  କୋର୍ଟରେ ହାଜର ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର  ସଂରକ୍ଷଣ ରିପୋର୍ଟ ଦାଖଲ କରିଛନ୍ତି କି ନାଁ ପରେ ଜଣାପଡ଼ିବ । ଓଡ଼ିଶା ସମାଚାର

Leave a Reply

Your email address will not be published.