Tuesday , December 6 2022
Home / ବିଶେଷ / ବିଧାନସଭାର ଶୀତ କାଳିନ ଅଧିବେଶନ ଶେଷ

ବିଧାନସଭାର ଶୀତ କାଳିନ ଅଧିବେଶନ ଶେଷ

ଭୁବନେଶ୍ୱର , ୧୦/୧୨/୨୦୨୧ (ଓଡ଼ିଶା ସମାଚାର)- ବିଧାନସଭାର ଶୀତ କାଳିନ ଅଧିବେଶନ ଶେଷ ହେଲା । ଗତ ଡ଼ିସେମ୍ବର ୧ ତାରିଖରେ ଆରମ୍ଭ ହୋଇଥିବା ଅଧିବେଶନ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ୟ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା । ଏଥିରେ ୨୬ଟି କାର୍ୟ୍ୟ ଦିବସ ରହିଥିଲା । ତେବେ ଆଜି ୧୭ ଟି କାର୍ଯ୍ୟ ଦିବସ ପୂର୍ବରୁ ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି । ହାଉସର କୌଣସି ବିଜନେସ ନଥିବାରୁ ଏବଂ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।ଏହି ଅଧିବେଶନ ସମୟରେ ପ୍ରବଳ ହଟ୍ଟଗୋଳ ଭିତରେ ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି । ଏହା ସହିତ ସରକାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି । ଆଜି ୨୦୨୦-୨୧ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ରାଜ୍ୟର ଆଇନ ସେବା ପ୍ରାଧିକରଣର ବାର୍ଷିକ ହିସାବ ରିପୋର୍ଟ ଉପସ୍ଥାପନ ହୋଇଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.