Saturday , June 3 2023
Breaking News
Home / ବିଶେଷ / ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ

ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ

କଟକ,୧୦/୧୨/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ର ବରିଷ୍ଠ ତଥା ଲୋକପ୍ରିୟ ଓଲିଉଡ଼୍ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ସେ ଏବେ କଟକର ଏକ ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଗତ ୭ ତାରିଖରେ ଅଶ୍ୱିନୀ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଂଟିଲେଟର ସପଟରେ ରଖାଯାଇ ଚିକିତ୍ସା କରାଯାଉଛି ।
୧୯୬୬ ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ସେ ପ୍ରାୟ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଅଭିନୟ ପାଇଁ ସେ ଏକାଧିକ ପୁରସ୍କାର ପାଇଛନ୍ତି । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.