Tuesday , December 6 2022
Home / ବିଶେଷ / ପାରାଦ୍ୱୀପ ଠାରେ ନଦୀ ମହୋତ୍ସବ ଡିସେମ୍ବର ୧୫ରୁ ୨୫

ପାରାଦ୍ୱୀପ ଠାରେ ନଦୀ ମହୋତ୍ସବ ଡିସେମ୍ବର ୧୫ରୁ ୨୫

ଜଗତସିଂହପୁର, ୧୦/୧୨/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ନଦୀ ମହୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଡିସେମ୍ବର ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ନଦୀ୍ସବ ପାଳନ କରାଯିବ । ଏହି କ୍ରମରେ ଓଡିଶାର ମହାନଦୀ ନିକଟ ସମ୍ବଲପୁର,କଟକ ଓ ପାରାଦ୍ୱୀପ ଠାରେ ଏହି ନଦୀ ଉତ୍ସବ ପାଳନ କରାଯିବ । ପାରାଦ୍ୱୀପର କଳିଙ୍ଗ ବାଲିଯାତ୍ରା ପଡିଆଠାରେ ଡିସେମ୍ବର ୧୫,୧୭,୧୯,୨୧,୨୩ ଓ ୨୫ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଡିସେମ୍ବର ୧୫ ତାରିଖରେ ଶ୍ରମଦାନ, ସଫେଇ କାର୍ଯ୍ୟକ୍ରମ ଓ ବାଲୁକା କଳା ଓ ନଦୀ ସଫେଇ ସଂପର୍କୀୟ ଶପଥ ପାଠ ଅନୁଷ୍ଠିତ ହେବ । ଡିସେମ୍ବର ୧୭ ତାରିଖରେ ଯୋଗ,ମେଡିଟେସନ୍, ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଗଳ୍ପ,ଡିସେମ୍ବର ୧୯ ତାରିଖରେ ଚଉମୁହାଣି ଠାରେ ମହାନଦୀ କୂଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ,ଡିସେମ୍ବର ୨୧ ତାରିଖରେ ରେଙ୍ଗାଲି,ଇକୋସିଷ୍ଟମ ସଂପର୍କୀୟ ଚିତ୍ରାଙ୍କନ ପ୍ରତିଯୋଗିତା ପାରାଦ୍ୱୀପର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହେବା ସହିତ ମିନି ମାରାଥନ ଓ ବାଳକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଡିସେମ୍ବର ୨୩ ତାରିଖରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିରରେ ଦୀପ ଉତ୍ସବ ଅନୁଷ୍ଠିତ ହେବ । ଅନ୍ତିମ ଦିବସ/ଉଦଯାପନୀ ଦିବସ ଡିସେମ୍ବର ୨୫ ତାରିଖ ଦିନ ପାରାଦ୍ୱୀପ ବାଲିଯାତ୍ରା ପଡିଆଠାରେ ଟୁରିଜିମ୍ ଓାକ୍ ରାଲି,ହୁ୍ୟମାନ୍ ଚେନ୍,ସିଗନେଚର କ୍ୟାମ୍ପେନ୍,ସମୁଦ୍ର କୂଳ ସଫେଇ,ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ଓ ଘୋଡାନାଚ ପରିବେଷଣ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ପାରାଦ୍ୱୀପ ପୌର ପରିଷଦ,ମହାନଦୀ ସାଉଥ୍ ଡିଭିଜନ,କ୍ରୀଡା ଓ ଯୁବ ବ୍ୟାପାର,ସଂସ୍କୃତି ବିଭାଗ,ପାରାଦ୍ୱୀପ କଲେଜ,ଜିଲ୍ଲା ଶିକ୍ଷା ବିଭାଗ,ନେହେରୁ ଯୁବକେନ୍ଦ୍ର,ପର୍ଯ୍ୟଟନ ବିଭାଗ, ଏନ୍.ସି.ସି, ଏନ୍.ଏସ୍.ଏସ୍୍, ସ୍ୱେଛାସେବୀ ସଂଗଠନ ପକ୍ଷରୁ ଆୟୋଜନ କରାଯିବ । ଏହାର ପ୍ରଚାର ପ୍ରସାର ନିମନ୍ତେ ଫ୍ଲେକ୍ସ ବ୍ୟାନର,ଷ୍ଟାଣ୍ଡି,ଟି-ସାର୍ଟ,କ୍ୟାପ୍ ଆଦି ବ୍ୟବସ୍ଥା କରାଯିବ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ,ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି, ଅଧିକ୍ଷଣ ଯନ୍ତ୍ରୀ,ମହାନଦୀ ସାଉଥ ଡିଭିଜନ,ପାରାଦ୍ୱୀପ ପୌର ନିର୍ବାହୀ ଅଧିକାରୀ ଶ୍ରୀ ସୌରିନ୍ଦ୍ର ରାଉତରାୟ,ଜିଲ୍ଲା ସଂସ୍କୃତି ଅଧିକାରୀ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ,ଜିଲ୍ଲା କ୍ରୀଡା ଅଧିକାରୀ,ବି.ଡି.ଓ, ତିର୍ତୋଲ ଓ ଜଗତସିଂହପୁର,ଅଧ୍ୟାପକ ପାରାଦ୍ୱୀପ କଲେଜ,ନେହେରୁ ଯୁବକେନ୍ଦ୍ରର କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.