Tuesday , May 30 2023
Breaking News
Home / ଶିକ୍ଷା / ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

କେନ୍ଦ୍ରାପଡ଼ା,୧୦/୧୨/୨୦୨୧ (ଓଡ଼ିଶା ସମାଚାର)- ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ଶୁକ୍ରବାର ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରବିନ୍ଦ୍ର କୁମାର ଭଳ ଅଧ୍ୟକ୍ଷତା କରି କହିଥିଲେ ଯେ ଜନ୍ମଠାରୁ ମୃତୁ୍ୟ ପର୍ଯ୍ୟନ୍ତ ମାନବର ବିଭିନ୍ନ କ୍ଷେତ୍ରରେ ଅଧିକାର ରହିଛି । ସେହିସବୁ ଅଧିକାରକୁ ହାସଲ କରିବା ପାଇଁ ଜଣଙ୍କର ଦାୟିତ୍ୱ ଥିବାବେଳେ ରାଷ୍ଟ୍ରର ମଧ୍ୟ ସେଥିପ୍ରତି କର୍ତବ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟାପକ ତିମିରକାନ୍ତ ପରିଜା, କଳିଙ୍ଗ କେଶରୀ ବେହେରା ଓ ରାଜକିଶୋର ମହାନ୍ତି ପ୍ରମୁଖ ଆଇନ ଓ ସମ୍ବିଧାନରେ ଥିବା ମାନବ ଅଧିକାରର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ତର୍କ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ର ନିଶିଥ୍ ଚକ୍ରବର୍ତୀ , ଦ୍ୱିତୀୟ ସଦାମ ଖାଁ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ର ସୌରଭ କୁମାର ବାରିକଙ୍କୁ  ପୁରସ୍କୃତ କରାଯାଇଥିଲା । ପ୍ରଥମ ବର୍ଷର ଛାତ୍ର ସଂଗ୍ରାମ କେଶରୀ ମହାରଣାଙ୍କୁ ଶାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷ ବର୍ଷର ଛାତ୍ର ନିଶିଥ୍ ଚକ୍ରବର୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.