Tuesday , December 6 2022
Home / ବିଶେଷ / ଗ୍ରାମ ଦେବତୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା 

ଗ୍ରାମ ଦେବତୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା 

ଗରଦପୁର,୧୦/୧୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ଗ୍ରାମର ଗ୍ରାମ ଦେବତୀ ମା କ୍ଷେତ୍ରପାଳଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଆଜି ଭୂମି ପୂଜନ ହୋଇ ଯାଇଛି । ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ଙ୍କ ଦ୍ୱାରା ଏହି ଭବ୍ୟ ମନ୍ଦିର ଭୂମି ପୂଜା କରାଯାଇଛି । ଏହି ଅବସରରେ ବିଭିନ୍ନ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହିତ ନାମ ସଂକୀର୍ତନ ପରିବେଷଣ କରାଯାଇଥିଲା । ଏଥିରେ ବଙ୍ଗାଳପୁର ଗ୍ରାମବାସୀ ଙ୍କ ସହିତ ଆଖ ପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା ଙ୍କ ମନ୍ଦିର ନିମନ୍ତେ ଅର୍ଘ୍ୟ ଅର୍ପଣ କରିବା ସହିତ ଆଶିର୍ବାଦ ଭିକ୍ଷା କରିଥିଲେ । ଏହି ଭୂମି ପୂଜନ ଉତ୍ସବରେ ପ୍ରଦୀପ ଲେଙ୍କା ଓ ତାଙ୍କ ପତ୍ନୀ ସୌଦାମିନୀ ଲେଙ୍କା କର୍ତା ଭାବେ ବସିଥିବାବେଳେ ଗ୍ରାମର ଅମିୟ କୁମାର ଜେନା,ଡ଼ ପ୍ରମୋଦ କୁମାର ଲେଙ୍କା, ଫକୀର ଲେଙ୍କା,ମନ୍ମଥ ଦାସ, ଦେବବ୍ରତ ଲେଙ୍କା,  ଗୋପିନାଥ ସ୍ୱାଇଁ , ପ୍ରଶାନ୍ତ ବିଶ୍ୱାଳ, ଫକୀର ସୂତାର,ଶୁକଦେବ ବାରିକ ଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.