Saturday , November 26 2022
Breaking News
Home / ତାଜା ଖବର / ଗୁଳିମାଡ଼ରେ ଯୁବକ ଗୁରୁତର ଆହତ

ଗୁଳିମାଡ଼ରେ ଯୁବକ ଗୁରୁତର ଆହତ

ବାଲେଶ୍ବର ୧୦/୧୨/୨୦୨୧(ଓଡ଼ିଶା ସମାଚାର)- ସଦର ଥାନା ଅନ୍ତର୍ଗତ ଝିଙ୍କିରିଆ ଗାଁରେ ଗୁଳି ଫୁଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଝିଙ୍କିରିଆ ଗାଁର ପ୍ରୀତିରଞ୍ଜନ ନାୟକ (୩୫) । ପ୍ରୀତିରଞ୍ଜନର ପେଟର ଉପର ଭାଗରେ ଗୁଳି ବାଜିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଜିଲା ହସପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ବର୍ତମାନ ସୁଦ୍ଧା ଆହତଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନାହିଁ । ଖବର ପାଇ ସଦର ଥାନା ପୋଲିସ ନିଜ ଆଡ଼ୁ ଘଟଣାର ତଦନ୍ତ କରୁଛି। ତେବେ ବନ୍ଧୁକ ଜବତ ହୋଇନାହିଁ । କେଉଁ କାରଣରୁ ଓ କିଏ ଗୁଳି ମାରିଛି ତାହାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଓଡ଼ିଶା ସମାଚାର

Leave a Reply

Your email address will not be published.