Tuesday , August 9 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଆନ୍ତଃଜାତୀୟ ମାନବ ଅଧିକାର ଦିବସ ପାଳିତ

କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଆନ୍ତଃଜାତୀୟ ମାନବ ଅଧିକାର ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୦/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆନ୍ତଃଜାତୀୟ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧୁସୂଦନ କାମିଲା ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତାଭାବରେ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ମହାନ୍ତି ଯୋଗଦେଇ ମାନବ ଅଧିକାରର ଗୁରୁତ୍ୱ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ରାଜନୀତି ବିଜ୍ଞାନର ଅନ୍ୟତମ ଅଧ୍ୟାପକ ରାକେଶ କୁମାର ସାହୁ ମିଳିତ ଜାତିସଂଘରେ ମାନବ ଅଧିକାର ଘୋଷଣା ନାମାର ଐତିହାସିକ ବିବରଣୀ ପ୍ରଦାନ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନର ବରିଷ୍ଠ ଅଧ୍ୟାପକ ପ୍ରକାଶ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି …

Leave a Reply

Your email address will not be published.