Wednesday , January 26 2022
Breaking News
Home / କୃଷି / କୃଷକ ବିଜୟ ଉତ୍ସବ ଶୋକ ସଭାରେ ପରିବର୍ତନ

କୃଷକ ବିଜୟ ଉତ୍ସବ ଶୋକ ସଭାରେ ପରିବର୍ତନ

କେନ୍ଦ୍ରାପଡ଼ା, ୧୦/୧୨/୨୦୨୧ (ଓଡ଼ିଶା ସମାଚାର)- କୃଷି ସୁଧାର ୩ଟି କଳା କୃଷି କାନୁନ ବାତିଲ, ପ୍ରସ୍ତାବିତ ସଂଶୋଧିତ ବିଜୁଳି ବିଲ -୨୦୨୦ ପ୍ରତ୍ୟାହାର ଓ କୃଷି ଜାତ ଦ୍ରବ୍ୟର ଏମ.ଏସ.ପି. ଗ୍ୟାରେଂଟି କାନୁନ ଗଠନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦୀର୍ଘ ୧୩ମାସର ଆନ୍ଦୋଳନକୁ ସ୍ଥଗିତ ରଖାଯାଇ ସୀମାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । କେନ୍ଦ୍ର ସରକାର ସମସ୍ତ ଦାବି ମାନି ନେଇଥିବାରୁ  କୃଷକମାନଙ୍କର ଐତିହାସିକ ବିଜୟ ଘଟିଛି । ୭ଶହରୁ ଉଦ୍ଧ୍ୱର୍ କୃଷକଙ୍କ ବଳୀଦାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବୋଧ ଗାଁ ଠାରେ ଓଡିଶା କୃଷକ ସଭାର ଚାଷୀମାନେ ବିଜୟ ଉତ୍ସବ ପାଳନକୁ ବାତିଲ କରି ୭ଶହରୁ ଉଦ୍ଧ୍ୱର୍ ଶହୀଦ କୃଷକ ଏବଂ ଦେଶର ପ୍ରଥମ ୩ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ, ଓଡିଶାର ସେନା ଅଧିକାରୀ ରାଣା ପ୍ରତାପ ଦାସଙ୍କ ସମେତ ଅନ୍ୟ ୧୦ଜଣ ସେନା ଅଧିକାରୀଙ୍କ ହେଲିକେପ୍ଟର ଦୁର୍ଘଟଣା ଜନିତ ଅକାଳ ବିୟୋଗରେ ମର୍ମାହତ ହୋଇ ଜୟ ଯବାନ ଓ ଜୟ କିଷାନ ଶହୀଦଙ୍କୁ ସ୍ମରଣ କରି ଶୋକପାଳନ କରିଥିଲେ । ଆୟୋଜିତ ଏହି ଶୋକ ସଭାରେ କୃଷକଙ୍କ ନେତା ବିଜୟ ଦାସ, ସାନଜରିଆ ଗ୍ରାମ ପଂଚାୟତ ନାୟବ ସରପଂଚ ସୁରେନ୍ଦ୍ର ପରିଡା, ପୂର୍ବତନ ସରପଂଚ ଯଦୁମଣି ଦାସ, ଚାଷୀ ସୁନାକର ବେହେରା, ହରିହର ବାରିକ, ସହଦେବ ଦାସ, ବାସୁ ସ୍ୱାଇଁ, ରାଜକିଶୋର ଭୂୟାଁ, ଗୁରୁଚରଣ ରାଉତ, ଗୋବିନ୍ଦ ସେଠୀ, ସନାତନ ରାଉତ, ଫକିର ଚରଣ ବାରିକଙ୍କ ସମେତ ଶତାଧିକ ଚାଷୀ ଶୋକ ପାଳନ ଓ ନୀରବ ପ୍ରାର୍ଥନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗନ୍ନାଥପୁର ଧାନମଣ୍ଡି ଉଦଘାଟିତ

ରଘୁନାଥପୁର, ୧୪/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅଧିନସ୍ଥ ଜଗନ୍ନାଥପୁର ସେବା ସମବାୟ ସମିତି ଦ୍ୱାରା ଧାନମଣ୍ଡି ଆଜି ଉଦଘାଟିତ …

Leave a Reply

Your email address will not be published. Required fields are marked *