Friday , August 19 2022
Breaking News
Home / କୃଷି / କୃଷକ ବିକାଶ ପରିଷଦ ପକ୍ଷରୁ ବାତ୍ୟା ଜୱାଦରେ ଧାନ ଓ ପରିବାଚାଷର କ୍ଷୟକ୍ଷତି ଆକଳନ ପାଇଁ ଦାବି

କୃଷକ ବିକାଶ ପରିଷଦ ପକ୍ଷରୁ ବାତ୍ୟା ଜୱାଦରେ ଧାନ ଓ ପରିବାଚାଷର କ୍ଷୟକ୍ଷତି ଆକଳନ ପାଇଁ ଦାବି

କେନ୍ଦ୍ରାପଡ଼ା,୧୦/୧୨/୨୦୨୧(ଓଡ଼ିଶା ସମାଚାର)-କୃଷକ ବିକାଶ ପରିଷଦ, କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ଗତ ଲଘୁଚାପ ଜନିତ ବାତ୍ୟା ଜୱାଦରେ  ଧାନ ଓ ପରିବା ଚାଷର ତୁରନ୍ତ କ୍ଷତିକ୍ଷତିର ଆକଳନ କରାଯିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଦାବି କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବାତ୍ୟା ଜୱାଦରେ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଶାରଦ ଧାନ ଫସଲ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗତ ୪ତାରିଖରୁ ଅଦ୍ୟାବଧି ଲଗାଣ ବର୍ଷା ଯୋଗୁଁ ଧାନ ବିଲରେ ୩ଫୁଟରୁ ଅଧିକ ବର୍ଷା ପାଣି ଜମା ହୋଇ ରହିବା ଫଳରେ ଧାନ ଗଜା ହୋଇ ଗଲାଣି । ଏଭଳି ଦୁଃସମୟରେ ଚାଷୀଙ୍କ ପାଖରେ ପ୍ରଶାସନ ଓ ସରକାର ପହଂଚିବା ସହ ସେମାନଙ୍କୁ ଆଶ୍ୱାସନା ଦେବା ଉଚିତ ନଚେତ ଋଣ ଭାରରେ ଚାଷୀମାନେ ଅତ୍ମହତ୍ୟା କରିବା ଭଳି ପରିସ୍ଥିତି ଉପୁଜିପାରେ ବୋଲି ପରିଷଦ କହିଛି । ଏଣୁ ବାତ୍ୟା ଜୱାଦ କ୍ଷତିଗ୍ରସ୍ତ ଧାନ ଓ ପରିବାଚାଷୀଙ୍କ କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯାଇ ସେମାନଙ୍କୁ କ୍ଷତିପୁରଣ ପ୍ରଦାନ କରାଯିବାକୁ ପରିଷଦ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି । ନଚେତ କୃଷକ ବିକାଶ ପରିଷଦ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ପରିଷଦ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛି । ଦାବିପତ୍ର ପ୍ରଦାନ ସମୟରେ ପରିଷଦର ସଭାପତି ବିଜୟ  ପରିଡା, ଶାରଦା ପ୍ରସାଦ ମିଶ୍ର, ନାରାୟଣ ମୁଦୁଲି, ପୂର୍ଣ୍ଣଚନ୍ଦ୍ର ଭଦ୍ର, ଶରତ ଚନ୍ଦ୍ର ମଲ୍ଲିକ, ମୂରଲୀଧର ତ୍ରିପାଠୀ, ହିମାଦ୍ରୀ ଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଓସ୍ତପୁର ପ୍ରାଥମିକ ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୨(ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ …

Leave a Reply

Your email address will not be published.