Wednesday , January 26 2022
Breaking News
Home / ଶିକ୍ଷା / କରୋନା ସଚେତନତା କାର୍ଯ୍ୟକ୍ରମ  

କରୋନା ସଚେତନତା କାର୍ଯ୍ୟକ୍ରମ  

ରଘୁନାଥପୁର, ୧୦/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଉଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁଥ ରେଡ଼କ୍ରସ ଦ୍ୱାରା ପ୍ରାୟୋଜିତ ସଂଯୋଜିକା ପ୍ରତିଭାରାଣୀ ପଣ୍ଡା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଛାତ୍ରୀ ବିଦ୍ୟାଳୟ ସମ୍ମୁଖ କଟକ ପାରାଦ୍ୱୀପ ରାସ୍ତା ରେ ଯାତାୟତ କରୁଥିବା ସମସ୍ତ ୨ ଚକିଆ ଓ ୪ ଚକିଆ ଯାନକୁ ଅଟକାଇ କରୋନା ସାଚତନତା ସମ୍ପର୍କରେ ଅବଗତ କରାଇଥିଲେ । ଏହା ମାଧ୍ୟମରେ ପିଲାମାନେ ପଥଚାରୀ ମାନଙ୍କୁ ମାସ୍କ ବଂଟନ ଓ ଏହାର ବ୍ୟବହାର, ସାନିଟାଇଜର ବଂଟନ ଆଦି ସହିତ ପ୍ରାତ୍ୟକ ଜନଗହଳି ସ୍ଥାନରେ ୨ ଗଜ ବ୍ୟବଧାନ ରକ୍ଷା କରିପାରିଲେ ଆମେ କରୋନାକୁ ଜିତି ପାରିବା ବୋଲି ଲୋକମାନଙ୍କୁ ସାଚତନ କରାଇଥିଲେ । ଦୀର୍ଘ ୩ ଘଂଟାର ଏହି କାର୍ଯ୍ୟକ୍ରମରେ ରଘୁନାଥପୁର ପୋଲିସ ପିଲାମାନଙ୍କୁ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, ସୁମନ୍ତ ଚନ୍ଦ୍ର ଦାସ , ତ୍ରିଲୋଚନ ମହାପାତ୍ର, ବିଭୂତି ମହାପାତ୍ର, ବିଦ୍ୟାଳୟର କର୍ମଚାରୀ ମିଟୁ ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ମହାବିଦ୍ୟାଳୟକୁ ତମାଖୁ ମୁକ୍ତ କରିବାକୁ ଶପଥ ପାଠ

କେନ୍ଦ୍ରାପଡା,୧୯/୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *