Saturday , November 26 2022
Breaking News
Home / ରାଜନୀତି / ଆସନ୍ତା ୧୩ ରେ ‘ଦିଵ୍ୟ-ଭଵ୍ୟ କାଶୀ’ କାର୍ୟ୍ୟକ୍ରମର ସିଧା ପ୍ରସାରଣ କରିଵ କଟକ ନଗର ଵିଜେପି

ଆସନ୍ତା ୧୩ ରେ ‘ଦିଵ୍ୟ-ଭଵ୍ୟ କାଶୀ’ କାର୍ୟ୍ୟକ୍ରମର ସିଧା ପ୍ରସାରଣ କରିଵ କଟକ ନଗର ଵିଜେପି

କଟକ ସଦର, ୧୦/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା):ଵିଶ୍ୱର ସର୍ଵ ପ୍ରାଚୀନ ଆଧ୍ୟାତ୍ମିକ ନଗରୀ କାଶୀର ନବକଳେବର ଉତ୍ସଵରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉଦ୍ଘାଟନୀ ଭାଷଣର ସିଧା ପ୍ରସାରଣ କଟକ କଲେଜ ଛକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ତଳେ କଟକ ନଗର ଜିଲ୍ଲା ଵିଜେପି ପକ୍ଷରୁ କରାଯିଵ ଵୋଲି ସଭାପତି ଲଲାଟେନ୍ଦୁ ଵଡୁ ଆଜି କଟକ କଲେଜଛକ ପୂଜା କମିଟି ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏହି କାର୍ୟ୍ୟକ୍ରମ ଆସନ୍ତା ୧୩ ତାରିଖ ସକାଳ ୧୦ ଟାରୁ ଆରମ୍ଭ କରାଯିବା କୁ ସ୍ଥିର ହୋଇଥିବା ବେଳେ ଏଥିରେ ଯୋଗଦେବାକୁ ଵହୁ ସାଧୁସନ୍ଥ ମାନଙ୍କ ସମେତ ବୁଦ୍ଧିଜୀବୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଉକ୍ତ ଦିନ ସମସ୍ତେ ପ୍ରତ୍ୟେକ ଶିବମନ୍ଦିର ସହିତ ଘରେଘରେ ପ୍ରଦୀପ ପ୍ରଜ୍ୱଳନକରି ଶିଵ ଉପାସନା କରିଵାକୁ ଶ୍ରୀ ଵଡୁ ସମସ୍ତ ଙ୍କୁ ନିଵେଦନ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଵିଜେପିର ଵହୁ କାର୍ୟ୍ୟକର୍ତ୍ତା ଯୋଗ ଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.