ଗରଦପୁର,୧୦/୧୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ବେତ୍ରା ପଂଚାୟତସ୍ଥିତ ଭାରିଗୋଳ ଗ୍ରାମର ରବିନ୍ଦ୍ର ମହାନ୍ତି ଓ ସନାତନ ମହାନ୍ତିଙ୍କ ୨ ବଖରା ଚାଳ ଛପର ଘର ଅଗ୍ନୀକାଣ୍ଡ ଘଟି ପୋଡ଼ି ଯାଇଥିଲା । ଅଗ୍ନୀ କାଣ୍ଡରେ ଗାଈ ବାଛୁରୀ ଓ ଜଣେ ମହିଳା ଆହତ ହୋଇଥିଲେ । ଖବର ପାଇ ପାଟକୁରା ଅଂଚଳର ବିଶିଷ୍ଟ ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ ଅଗ୍ନୀ ବିପନ୍ନଙ୍କ ପାଖରେ ପହଂଚି ଚାଉଳ, ତାର୍ପୋଲିନ୍ ଓ ଅର୍ଥ ସାହାଯ୍ୟ ପ୍ରଦାନ କରିଥିଲେ । ଏହି ସମୟରେ ପଂଚାୟତ ସମିତି ସଭ୍ୟ ସୁଜିତ ସାମନ୍ତରାୟ, ବିପିନ ମଲିକ୍ ,କବି ପ୍ରସାଦ ବାରିକ, ବାବୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସାନ ଅଢ଼ଙ୍ଗା ପଂଚାୟତର ନଗରୀପଡ଼ା ଗ୍ରାମର ମାତାଜୀ ମଲିକଙ୍କର ଚାଳ ଛପର ଘର ପୋଡ଼ି ଯାଇଥିଲା । ସମାଜସେବୀ ଶ୍ରୀ ରାଉତ ତାଙ୍କ ନିକଟରେ ପହଂଚି ତାର୍ପୋଲିନ୍ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବୀର କିଶୋର ମହାନ୍ତି, ହେମନ୍ତ ମଲିକ, ମନୋଜ ମଲିକ, ତରୁଣ ଦଳେଇ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
