Saturday , August 13 2022
Breaking News
Home / ବିଶେଷ / ଭୁବନ ରେ ନିରାଡମ୍ବର ଭାବେ କୁରାଳ ପଂଚମୀ ଓ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ

ଭୁବନ ରେ ନିରାଡମ୍ବର ଭାବେ କୁରାଳ ପଂଚମୀ ଓ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ

ଭୁବନ,୦୯/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ଏନ.ଏ.ସି ଅନ୍ତର୍ଗତ ୫ ନମ୍ବର ୱାର୍ଡସ୍ଥିତ କୁମ୍ଭାରସାହିରେ କୋଭିଡ କଟକଣାରେ ଅତ୍ୟନ୍ତ ନିରାଡମ୍ବର ଭାବେ ଗତ ଶନିବାର ଠାରୁ କୁରାଳ ପଂଚମୀ ଓ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଅନୁଷ୍ଠିତ ହେଉଛି । ୨୦୦୪ ମସିହାରେ ନକୁଳସାହୁ,କୈଳାସ ଚନ୍ଦ୍ର ସାହୁ ଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା କୁରାଳ ପଂଚମୀ ଓ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଚଳିତ ବର୍ଷ ୧୮ବର୍ଷରେ ପଦାର୍ପଣ କରିଛି । ବିଧିରକ୍ଷା ନିମନ୍ତେ ଚଳିତଥର ଫଟୋ ପୂଜା ସହିତ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି । କୁରାଳ ସମାଜ ସଭାପତି ଗୟାଧର ରଣା, ସଂପାଦକ ଟଙ୍କଧର ସାହୁ,ଉପସଭାପତି ସୁରେନ୍ଦ୍ର ସାହୁ,  ସହସଂପାଦକ ରସାନନ୍ଦ ସାହୁ, କୋଷାଧ୍ୟକ୍ଷ ଅନାମ ସାହୁ ଙ୍କ ସମେତ ଦୈତାରୀ ସାହୁ, ଚିନ୍ତାମଣି ସାହୁ, ପଦ୍ମନାଭ ସାହୁ, ନରେଶ ସାହୁ, ବେଣୁଧର ସାହୁ, ଚିଣୁ୍ଟ ସାହୁ, ପପୁ ସାହୁ, ଶୁଭ ରଣା, ସୁଶି ରଣା,ବ୍ରଜ ବନ୍ଧୁ, କୈଳାସ, ବିଶୁଆ, ମାଧବ, ବାବୁଲି, ଗଙ୍ଗାଧର, ଅମର, ସିପୁ, ଦୀପୁ, ବାବୁ, ଶ୍ରୀଧର,ପିଣ୍ଟୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.