Tuesday , December 6 2022
Home / ବିଶେଷ / ବ୍ରେନ ଷ୍ଟ୍ରୋକ୍ ରେ  ଯୁବକଙ୍କ ଅକାଳ ବିୟୋଗ

ବ୍ରେନ ଷ୍ଟ୍ରୋକ୍ ରେ  ଯୁବକଙ୍କ ଅକାଳ ବିୟୋଗ

ଗରଦପୁର, ୦୯/୧୨/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର-ପାଟଣା ଗ୍ରାମର ବିବେକାନନ୍ଦ ଶତପଥି (୪୦) ଙ୍କର ବ୍ରେନ ଷ୍ଟ୍ରୋକ୍ ରେ   ଆଜି ଅକାଳ ବିୟୋଗ ହୋଇଛି । ଶ୍ରୀ ଶତପଥି ଭୁବନେଶ୍ୱର ରେ ରହି ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଦୁଇ ଦିନ ତଳେ ସେ ବ୍ରେନ ଷ୍ଟ୍ରୋକ୍ ରେ  ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏଏମସ ରେ ଚିକିତ୍ସାଧିନ ଥିଲେ । ଡ଼ାକ୍ତରଙ୍କ ସବୁ ଚେଷ୍ଟା ସତ୍ୱେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଯାଇଥିଲା । ତାଙ୍କର ଏକମାତ୍ର ୧୧ ବର୍ଷର ନାବାଳିକା ଝିଅ ଟିଏ ଅଛି । ତାଙ୍କ ଶବକୁ ଗ୍ରାମକୁ ଅଣାଯାଇ ଗ୍ରାମ ସ୍ମଶାନରେ ସତକାର କରାଯାଇଛି । ୩ ବର୍ଷ ପୂର୍ବରୁ ତାଙ୍କ ବାପାଙ୍କର ମଧ୍ୟ ଦେହାନ୍ତ ହୋଇ ଯାଇଛି । ତାଙ୍କର ଏଭଳି ଦୁଖଦ ମୃତ୍ୟୁ ରେ ଗ୍ରାମରେ ଶୋକ ପ୍ରକାଶ ପାଇଛି । ଶ୍ରୀ ଶତପଥି ଙ୍କ ଅକାଳ ବିୟୋଗରେ ସ୍ତମ୍ଭକାର ହିରଣ୍ୟ ମହାନ୍ତି, ସାମ୍ବାଦିକ ନବଘନ ନାୟକ,ସମ୍ବାଦ ଏଜେଂଟ ତ୍ରିଲୋଚନ ବିଶ୍ୱାଳ,ସରପଂଚ ସୂର୍ଯ୍ୟମଣି ସେଠୀ, ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା ପ୍ରମୁଖ ଶୋକ ବ୍ୟକ୍ତ ବରିବା ସହିତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.