Saturday , June 3 2023
Breaking News
Home / ସ୍ୱାସ୍ଥ୍ୟ / ବିଧାନସଭା ସଚିବ ଓ ଦୁଇ ଜଣ କରୋନା ସଂକ୍ରମିତ

ବିଧାନସଭା ସଚିବ ଓ ଦୁଇ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର , ୦୯/୧୨/୨୦୨୧ (ଓଡ଼ିଶା ସମାଚାର)- ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସଚିବଙ୍କ ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏ ନେଇ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର କହିଛନ୍ତି, ବିଧାନସଭା ସଚିବଙ୍କ ସହ ଅନ୍ୟ ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଚିବଙ୍କ ସଂସ୍ପର୍ଶରେ ଆମେମାନେ ଆସିଥିବାରୁ ଆମର ଆଣ୍ଟିଜେନ୍ ଟେଷ୍ଟ କରାଇଥିଲୁ । ମୋ ସମେତ ୬ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ।  ସଚିବଙ୍କ ସଂସ୍ପର୍ଶରେ ଅନ୍ୟ ଯେଉଁମାନେ ଆସିଛନ୍ତି ତାଙ୍କର ମଧ୍ୟ  ଅଣ୍ଟିଜେନ୍ ଟେଷ୍ଟ କରାଯିବ । ବିଧାନସଭା ପରେ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତ ବିଧାୟକମାନଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ଆରଏମଆରସି ନିର୍ଦ୍ଦେଶିକାଙ୍କ ସହ ଫୋନ୍ ଯୋଗେ ଆଲୋଚନା ହୋଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.