Saturday , November 26 2022
Breaking News
Home / ବିଶେଷ / ବାୟୁସେନା ହେଲିକାପ୍ଟର କ୍ରାସ୍ ଘଟଣାରେ ଓଡ଼ିଶା ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ

ବାୟୁସେନା ହେଲିକାପ୍ଟର କ୍ରାସ୍ ଘଟଣାରେ ଓଡ଼ିଶା ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ୱର,୦୯/୧୨/୨୦୨୧ (ଓଡ଼ିଶା ସମାଚାର)- କୁନ୍ନୁରରେ ବାୟୁସେନା ହେଲିକାପ୍ଟର କ୍ରାସ୍ ଘଟଣାରେ ଓଡ଼ିଶା ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇ ଗୃହିତ ହୋଇଛି। ସିଡିଏସ୍ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ ଜଣ ସେନା ଅଧିକାରୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କଲେ । ବିଜେପି ବିଧାୟକ ମୋହନ ମାଝୀ , କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର  ସମର୍ଥନ ଜଣାଇଲେ ।ଗୃହରେ ବାଚସ୍ପତିଙ୍କ ସମେତ ସମସ୍ତ ସଦସ୍ୟ ଏକ ମିନିଟ୍ ପର୍ୟ୍ୟନ୍ତ ନୀରବ ପ୍ରାର୍ଥନା କରିଥିଲେ । ଶୋକ ପ୍ରସ୍ତାବ ଆଗତ ପରେ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ।ଓଡ଼ିଶା ସମାଚାର

Leave a Reply

Your email address will not be published.