Tuesday , August 16 2022
Breaking News
Home / ବିଶେଷ / ବାୟୁସେନା ହେଲିକପ୍ଟର କ୍ରାସ୍ ଘଟଣା ରେ  ଜଣେ ଓଡିଆ ଯବାନ ମୃତ

ବାୟୁସେନା ହେଲିକପ୍ଟର କ୍ରାସ୍ ଘଟଣା ରେ  ଜଣେ ଓଡିଆ ଯବାନ ମୃତ

ଭୁବନେଶ୍ୱର,୦୯/୧୨/୨୦୨୧ (ଓଡ଼ିଶା ସମାଚାର)- ଗତକାଲି ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ୍ ଘଟଣା ରେ  ମୃତ ୧୩ ଜଣଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ରହିଛନ୍ତି । ମୃତ ଯବାନଙ୍କ ନାମ ରାଣା ପ୍ରତାପ ଦାସ ବୋଲି ଜଣାପଡିଛି । ତାଙ୍କ ଘର ତାଳଚେର ବ୍ଲକ ର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ଓ ତାଙ୍କ ପିତାଙ୍କ ନାମ ଶ୍ରୀବତ୍ସ ଦାସ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ବୁଧବାର ଦିନ ମଧ୍ୟାହ୍ନ ସମୟରେ ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଏହି ଦୁର୍ଘଟଣାରେ ସିଡିଏସ୍ ଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ମୃତକଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ତାଳଚେର ଅଂଚଳର ରାଣା ପ୍ରତାପ ଦାସ ରହିଛନ୍ତି । ତାଙ୍କ ଘର ତାଳଚେର ଅଂଚଳର କୃଷ୍ଣଚନ୍ଦ୍ରପୁର ଗାଁରେ । ରାଣା ପ୍ରତାପ ଦାସ ବାୟୁ ସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ୟ୍ୟରତ ଥିଲେ । ଗତ ୧୨ ବର୍ଷ ଧରି ଦେଶ ସେବା କରିଆସୁଥିଲେ। ତାଙ୍କର ଏଭଳି  ଆକସ୍ମିକ ବିୟୋଗରେ ପରିବାର ଓ ଗାଁ ତଥା ଜିଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ ୩ ବର୍ଷ ତଳେ ତାଙ୍କର ବିହାରର ଗୟାରେ ବାହାଘର ହୋଇଥିଲା । ତାଙ୍କର ଗୋଟିଏ ଏକ ବର୍ଷର ଶିଶୁପୁତ୍ର ଅଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.