Friday , August 19 2022
Breaking News
Home / ନିର୍ବାଚନ / ପୌର ନିର୍ବାଚନ ବିଗୁଲ ବାଜିଲା,ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶହେଲା

ପୌର ନିର୍ବାଚନ ବିଗୁଲ ବାଜିଲା,ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶହେଲା

ୱାର୍ଡ ଓ ବୁଥ୍ ସଂଖ୍ୟା ଅପରିବର୍ତିତ ରହିଲା

ଭୁବନ,୦୯/୧୨/୨୦୨୧(ଓଡ଼ିଶା ସମାଚାର)- ଦୀର୍ଘ ୩ ବର୍ଷର ଅପେକ୍ଷା ପରେ ସମସ୍ତ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ସରକାର ପୌର ନିର୍ବାଚନ ସକାଶେ ପ୍ରସ୍ତୁତ ହୋଇଛନ୍ତି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବାକୁ ନିଷ୍ପତି ହୋଇଛି । ଏଥି ସକାଶେ ପ୍ରାରମ୍ଭିକ କାର୍ଯ୍ୟ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ପ୍ରସ୍ତୁତ ହୋଇ ଲୋକଙ୍କ ଅଭିଯୋଗ ଶୁଣାଣି ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ପୂର୍ବଥର ଭଳି ଚଳିତ ଥର ମଧ୍ୟ ଭୁବନ ଏନଏସିରେ ୱାର୍ଡ ସଂଖ୍ୟା ଓ ବୁଥ ସଂଖ୍ୟା ଅପରିବର୍ତିତ ରହିଛି । ୧୫ ଟି ୱାର୍ଡ ଓ ୧୮ ଟି ବୁଥରେ ସମୁଦାୟ ୨୨୧୮୭ ଜଣ ଭୋଟର ଭୋଟ ଦେବେ । ୱାର୍ଡ ସଂରକ୍ଷଣ ଚୁଡାନ୍ତ ତାଲିକା ଅନୁଯାୟୀ ଓା୍ୱର୍ଡ ନଂ ୧ ଅନୁସୂଚିତ ଜାତି, ୱାର୍ଡ ନଂ ୧୦ ଅନୁସୂଚିତ ଜାତି ମହିଳା, ୱାର୍ଡ ନଂ ୧୫ ଅନୁସୂଚିତ ଜନଜାତି ମହିଳା, ୱାର୍ଡ ନଂ ୯ ଓ ୧୩ ପଛୁଆ ବର୍ଗ, ୱାର୍ଡ ନଂ ୩ ଓ ୮ ପଛୁଆ ବର୍ଗ ମହିଳା, ୱାର୍ଡ ନଂ ୪,୧୧,୧୨ ଓ ୧୪ ମହିଳା ଏବଂ ୱାର୍ଡ ନଂ ୨,୫,୬ ଓ ୭ ଅଣସଂରକ୍ଷଣ ରହିଛି । ୧ ନମ୍ବର ୱାର୍ଡ ରେ ଜଣେହେଲେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ନଥିବାବେଳେ ଏହି ୱାର୍ଡ କୁ ବାରମ୍ବାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜନଜାତି ମହିଳା ଙ୍କ ପାଇଁ ସଂରକ୍ଷଣ କରାଯାଇ ଚଳିତଥର ପୁନର୍ବାର ଅନୁସୂଚିତ ଜାତି ପାଇଁ ସଂରକ୍ଷଣ କରାଯାଇ ଥିବାରୁ ୱାର୍ଡ ବାସୀନ୍ଦା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ୱାର୍ଡ ସଂରକ୍ଷଣ ପରେ ବିଭିନ୍ନ ୱାର୍ଡ ରେ ଆଶାୟୀ ପ୍ରାର୍ଥୀମାନେ ଏବେଠାରୁ ଲୋକଙ୍କସହ ସଂପର୍କ ଯୋଡିବା ଆରମ୍ଭ କରିଦେଲେଣି । ୧୯୯୨ ପରେ ଦ୍ୱିତୀୟ ଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଥିବାବେଳେ ଏନଏସି ଅଧ୍ୟକ୍ଷ ପଦବୀ ଉପରେ ସବୁ ଦଳର ନେତାଙ୍କର ନଜର ରହିଛି । ଏନଏସି ପ୍ରତିଷ୍ଠା ହେବା ଦିନଠାରୁ ଆଜିଯାଏଁ ଏନଏସି ଅଧ୍ୟକ୍ଷ ପଦବୀଟି ଅନୁସୂଚିତ ଜାତି/ଜନଜାତି କିମ୍ବା ପଛୁଆ ବର୍ଗ ମହିଳାଙ୍କ ନିମନ୍ତେ ସଂରକ୍ଷଣ ହୋଇନଥିବାରୁ ଚଳିତ ଥର ଏହିବର୍ଗ ଙ୍କ ପାଇଁ ସଂରକ୍ଷଣେ ହବବୋଲି ଶୁଣାଯାଉଛି  । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳର ନେତାଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି ଓ ରିମୋର୍ଟ କଂଟ୍ରୋଲରେ ଶାସନ ଚଳାଇବାକୁ ଯୋଜନାକରି ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.