Wednesday , January 19 2022
Breaking News
Home / ବିଶେଷ / ପୋଷାକ ତିଆରି ପାଇଁ  ପ୍ରଶିକ୍ଷଣ 

ପୋଷାକ ତିଆରି ପାଇଁ  ପ୍ରଶିକ୍ଷଣ 

ଗରଦପୁର, ୦୯/୧୨/୨୦୨୧(ଓଡ଼ିଶା ସମାଚାର)- ସ୍ୱେଛାସେବୀ  ଅନୁଷ୍ଠାନ ‘ଗୁଞ୍ଜ’ ଓ ‘ଶାନ୍ତି ମୈତ୍ରୀ ‘ ମିଳିତ ଉଦ୍ୟମରେ ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଗ୍ରାମର ‘ଶାନ୍ତି ମୈତ୍ର’ର କ୍ଷେତି୍ରୟ କାର୍ଯ୍ୟାଳୟ ପରିସରରେ ଆଜି ପୋଷାକ ତିଆରି ପାଇଁ ସିଲେଇ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଗୋଟିଏ ପର୍ଯ୍ୟାୟରେ ୩୦ଜଣ ମହିଳାଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଟ୍ରେନର ଭାବରେ ପରିକ୍ଷିତ ବେହେରା ମହିଳାମାନେ କିପରି ଭାବରେ କପଡା କାଟିବା,କପଡାଗୁଡିକୁ ସିଲେଇ କରିବା,ପୋଷାକ ତିଆରି ଶିଖିବା ଓ ସେମିନ୍ ବ୍ୟବହାର ସମ୍ପର୍କରେ ସୂଚନା ଦେଇଥିଲେ । ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଗୋଟିଏ ପର୍ଯ୍ୟାୟରେ ପ୍ରତି ୩ ମାସରେ ୩୦ଜଣ ମହିଳାଙ୍କୁ ସମ୍ପୂର୍ଣ୍ଣ ଭାବରେ ସିଲେଇ ଶିଖାଇବା ସହିତ ପୋଷାକ ତିଆରି କାର୍ଯ୍ୟ ସମ୍ପର୍କରେ  ଶିକ୍ଷା ପ୍ରଦାନ କରାଯିବ ବୋଲି ମହିଳା ଟ୍ରେନର ସବିତା ସାହୁ ଓ କାଂଚି ରାଉତ ସୂଚନା ଦେଇଛନ୍ତି । ଏହି ଅବସରରେ ‘ଶାନ୍ତି ମୈତ୍ରୀ ‘ସ୍ୱେଛାସେବୀ ଅନୁଷ୍ଠାନର ସମ୍ପାଦକ ଭଗବାନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନି ସଭାରେ ସମାଜସେବୀ ପ୍ରସାଦ ମହାନ୍ତି, ଯଶୋବନ୍ତ ପାତ୍ର ଓ  ପରିକ୍ଷିତ ବେହେରା  ଅତିଥି ଭାବରେ ଉପସ୍ଥିତ ରହି ମହିଳାମାନେ ସିଲେଇ ଶିଖି ପୋଷାକ ତିଆରି କରିବା ଦ୍ୱାରା ନିଜର ଅାବଶ୍ୟକତା ମେଂଟାଇ ପାରିବା ସହିତ ସିଲେଇ ମେସିନ୍ ଦ୍ୱାରା ବ୍ୟବସାୟିକ ଭିତିରେ ପୋଷାକ ତିଆରି କରି ପରିବାରର ଆର୍ଥିକ ସମସ୍ୟା ଦୂର କରି ପାରିବେ ବୋଲି କହିଥିଲେ । ସିଲେଇ ମେସିନ୍ ଦ୍ୱାରା ପୋଷାକ ତିଆରି ଶିଖିବା ପାଇଁ  ଗ୍ରାମାଂଚଳର ମହିଳାମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଥିବାରୁ ସ୍ୱେଛାସେବୀ ଅନୁଷ୍ଠାନ  ‘ଗୁଞ୍ଜ’ ଓ ‘ଶାନ୍ତି ମୈତ୍ରୀ ‘ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇ ମାଗଣାରେ ସିଲେଇ ମେସିନ ଶିକ୍ଷା ପ୍ରଦାନ କରାଯାଉଥିବା ସମ୍ପର୍କରେ ସମ୍ପାଦକ ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କେଦାର ବାରିକ୍ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଚଣା,ହରିଦାସପୁର ଗ୍ରାମର ମହିଳାମାନେ ଉପସ୍ଥିତ ରହି ଶିକ୍ଷା ନେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *