Wednesday , January 19 2022
Breaking News
Home / ବିଶେଷ / ନିଶା ଦ୍ରବ୍ୟ ଦେଇ ଲୁଟ ଘଟଣା ଅଭିଯୋଗରେ ଯୁବକ ଙ୍କୁ ଉଠାଇ ନେଲା ମଧୁପାଟଣା ପୁଲିସ୍

ନିଶା ଦ୍ରବ୍ୟ ଦେଇ ଲୁଟ ଘଟଣା ଅଭିଯୋଗରେ ଯୁବକ ଙ୍କୁ ଉଠାଇ ନେଲା ମଧୁପାଟଣା ପୁଲିସ୍

ଗରଦପୁର,୦୯/୧୨/୨୦୨୧(ଓଡ଼ିଶା ସମାଚାର)- ନିଶା ଦ୍ରବ୍ୟ ଦେଇ ଅନେକ ସମୟରେ ଲୁଟ କରୁଥିଲେ । ରେଳବାଇ ଷ୍ଟେସନରେ , କଟକ ବସଷ୍ଟାଣ୍ଡ ନିକଟରେ ଓ ବିଭିନ୍ନ ଜାତୀୟ ରାଜପଥରେ ଯାଉଥିବା ଯାତ୍ରୀମାନଙ୍କୁ ନିଶା ଦ୍ରବ୍ୟ ଦେଇ ସେମାନଙ୍କ ଠାରୁ ଲୁଟ କରି ସର୍ବସ୍ୱାନ୍ତ କରି ଲୁଟେରାମାନେ ଫେରାର ହୋଇ ଯାଉଥିଲେ । ଏଭଳି ଗ୍ୟାଙ୍ଗ ରେ କାମ କରୁଥିବା ପାଟକୁରା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ପ୍ରଭାତ ସାହୁ (୩୫ ) ଙ୍କୁ ପୁଲିସ ଆଜି ନିଜ ହେପାଜତକୁ ନେଇଛି । ଲୁଟ ରେ ସମ୍ପୃକ୍ତ ଥିବା ଅଭିଯୋଗ ପାଇ କଟକ ମଧୁପାଟଣା ପୋଲିସ ଗତକାଲି ଠାରୁ ଆସି ପାଟକୁରା ଥାନାରେ ଡ଼େରା ପକାଇଥିଲା । ଆଜି ସକାଳୁ ପାଟକୁରା ଥାନା ସମ୍ମୁଖରେ ଥିବା ଏକ ଚା ଦୋକାନରେ ପ୍ରତିଦିନ ପରି ଆଜି ମଧ୍ୟ ପ୍ରଭାତ ଆସି ଚା ପିଉଥିବାବେଳେ ପାଟକୁରା ପୋଲିସ ସହଯୋଗରେ ମଧୁପାଟଣା ପୋଲିସ ପ୍ରଭାତକୁ କାବୁ କରି ସେଙ୍ଗ ସେଙ୍ଗ କଟକ ନେଇଯାଇଥିଲା । ପ୍ରଭାତଙ୍କ ଘର ମାଣିକପୁର ରେ ହୋଇଥିଲେ ମଧ୍ୟ ପ୍ରଭାତ ଗତ କିଛି ବର୍ଷ ହେଲା ପାଟକୁରା ରେ ଘରଭଡ଼ା ନେଇ ରହୁଥିଲା । ଗତ ୬ ମାସ ପୂର୍ବେ ନିଶା ଦ୍ରବ୍ୟ ଦେଇ ଲୁଟ ଅଭିଯୋଗରେ ବଡ଼ଚଣା ଥାନା ପୋଲିସ ପ୍ରଭାତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିଛି ଦିନ ପୂର୍ବରୁ ପ୍ରଭାତ ଜାମିନ ରେ ଆସିଥିଲା  । ପୁଣି ଅନୁରୂପ ଭାବେ ନିଶା ଦେଇ ଲୁଟ ଘଟଣା ଜଡ଼ିତ ଥିବା ଅଭିଯୋଗରେ ମଧୁପାଟଣା ପୋଲିସ ତାଙ୍କୁ ହେପାଜତକୁ ନେଇଥିବା ପାଟକୁରା ପୋଲିସ ସୂତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *