Tuesday , August 9 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ନକଲି ସାମଗ୍ରୀର ହଵ୍ ପାଲଟିଛି କଟକ, ମାଲଗୋଦାମରୁ ବେଆଇନ ୪୦ କୁଇଣ୍ଟାଲ ଖେସାରି ଡାଲି ଜଵତ

ନକଲି ସାମଗ୍ରୀର ହଵ୍ ପାଲଟିଛି କଟକ, ମାଲଗୋଦାମରୁ ବେଆଇନ ୪୦ କୁଇଣ୍ଟାଲ ଖେସାରି ଡାଲି ଜଵତ

କଟକ ସଦର, ୦୯/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଅପମିଶ୍ରଣ ଓ ନକଲି ସାମଗ୍ରୀ ତିଆରି କରିଵାରେ କଟକ ହଵ୍ ପାଲଟିଥିବା ଵେଳେ ଯେତେ ମାଠିଵୁ ମାଠ, ମୁଁ ସେଇ ଦରପୋଡା କାଠ ଲୋକ କଥାଟି କେଵଳ କଟକ ମାଲଗୋଦାମର ଅସାଧୁ ଓ ମୁନାଫାଖୋର ବ୍ୟବସାୟୀଙ୍କ ପ୍ରତି ପ୍ରଜୁଯ୍ୟ କହିଲେ କୈ।ଣସି ଭୂଲ ହେଵ ନାହିଁ। ଖାଉଟିମାନଙ୍କୁ ଠକି ଠକେଇ ଧନରେ କଳା ସାମ୍ରାଜ୍ୟର କାୟା ବିସ୍ତାର କରୁଥିବା ସେହି ଅସାଧୁ ବ୍ୟବସାୟୀମାନଙ୍କ ପ୍ରତିଷ୍ଠାନ ଉପରେ ଯେତେ ଚଢ଼ାଉ ହେଲେ ମଧ୍ୟ ସେମାନଙ୍କ ଚରିତ୍ରରେ କୈ।ଣସି ପରିବର୍ତ୍ତନ ଘଟୁନଥିଵ। ପରିତାପର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ ୧୯୬୧ ମସିହାରୁ ସରକାର ଖେସାରି ଡାଲି ବିକ୍ରି ଉପରେ ରୋକ୍ ଲଗାଇଛନ୍ତି।ହେଲେ ଏହି ଡାଲିକୁ ହରଡ ଡାଲି ସହିତ ଅପମିଶ୍ରଣ କରି ବିକ୍ରୀ କରାଯାଉଥିବା କୁ ନେଇ ଅଭିଯୋଗ ହୋଇ ଆସୁଥିଲା।ହରଡ ଡାଲିର ମୁଲ୍ୟ କିଲୋ ପ୍ରତି ଶହେ ଟଙ୍କା ଥିବା ବେଳେ ଖେସାରି ଡାଲିର ମୂଲ୍ୟ ମାତ୍ର ୪୦ ଟଙ୍କା ଅଛି। ଏଥିପାଇଁ ଜଣେ ପୋଲିସ କର୍ମଚାରୀ ମାଲଗୋଦାମର ମହାଵୀର ଡାଲି ଷ୍ଟୋରରେ ଗ୍ରାହାକ ସାଜି ପହଞ୍ଚି ଅନ୍ୟମାନଙ୍କ ସହାୟତାରେ ଦୁଇଟି ଗୋଦାମରୁ ୩୦ ଵସ୍ତା ଖେସାରି ଓ ୧୦ ଵସ୍ତା ମିଶ୍ରିତ ମୋଟ ୪୦ ଵସ୍ତା ଡାଲି ଜଵତ କରି ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଇ ଗୋଦାମ ସିଲ୍ କରି ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ବାଲେଶ୍ବରରେ ହେବ ନୋଟ୍ ପେପର ମିଲ୍, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୋଟ୍ ପେପର ଇଣ୍ଡିଆ ଏମଡ଼ି

ଭୁବନେଶ୍ୱର, ୧୩ /୦୭/୨୦୨୨(ଓଡ଼ିଶା ସମାଚାର)- ବାଲେଶ୍ୱରରେ ହେବ ନୋଟ୍ ପେପର ମିଲ୍। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବ୍ୟାଙ୍କ …

Leave a Reply

Your email address will not be published.