କେନ୍ଦ୍ରାପଡ଼ା,୦୯/୧୨/୨୦୨୧(ଓଡ଼ିଶା ସମାଚାର)- ଟିପିସିଓଡିଏଲ କେନ୍ଦ୍ରାପଡା ଡିଭିଜନ ପକ୍ଷରୁ ସହକାରୀ ସାଧାରଣ ପରିଚାଳକ ପ୍ରଦିପ୍ତ ଦାଶଙ୍କ ତତ୍ୱାବଧାନରେ ବୁଧବାର ଟିପିସିଓଡିଏଲ ପ୍ରବର୍ତନ ବିଭାଗ ସହାୟତାରେ ଡିଭିଜନର ବିଭିନ୍ନ ଅଂଚଳରେ ଅସାଧୁ ବିଦୁ୍ୟତ ବ୍ୟବହାରକାରୀଙ୍କ ଉପରେ ଚଢାଉ କରାଯାଇଛି । ଏହି ଚଢାଉରେ ୫୧୦ଟି ଗୃହ ଓ ଅନୁଷ୍ଠାନକୁ ତଦାରଖ କରାଯାଇଥିବା ବେଳେ ସେଥି ମଧ୍ୟରୁ ୮୦ଟି ବିଦୁ୍ୟତ ଚୋରୀ ଧରାଯାଇ ଅନୁ୍ୟନ୍ୟ ୧୮୯ କିଲୋୱାଟ ଲୋଡ ବିଦୁ୍ୟତ ଧାରା ୧୩୫- ୨୦୦୩ରେ ପଞ୍ଜିକରଣ କରାଯାଇଛି । ୨୦ଟି ବେଆଇନ ବିଦୁ୍ୟତ ସଂଯୋଗ ତତ୍କ୍ଷଣାତ ବିଛିନ୍ନ କରାଯାଇଛି । ଏହି ଅଭିଯାନରେ ଧାରା ୧୨୬-୨୦୦୩ରେ ୨୩ଜଣ ବିଦୁ୍ୟତ ଗ୍ରାହକଙ୍କୁ ପଞ୍ଜିକରଣ କରାଯାଇଥିଲା । ଏତଦବ୍ୟତିତ ସହରର ଅଯୋଦ୍ଧାନଗର ଗ୍ରାମରେ ୭ଜଣଙ୍କୁ ନୂତନ ବିଦୁ୍ୟତ ସଂଯୋଗ ପ୍ରଦାନ କରାଯାଇଛି । ସାଧୁତାର ସହ ବିଦୁ୍ୟତ ବ୍ୟବହାର କରିବାକୁ ଏହି ଅଭିଯାନ ମାଧ୍ୟମରେ ସମସ୍ତ ଗ୍ରାହକଙ୍କୁ ନିବେଦନ କରାଯାଇଛି । ଆଖପାଖର ବିଦୁ୍ୟତ ଚୋରୀ ସମ୍ପର୍କରେ ବିଭାଗର ମୋବାଇଲ ନମ୍ବର- ୯୪୩୭୧୫୮୬୭୦ରେ ସୂଚନା ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଏହି ଚଢାଉ କେନ୍ଦ୍ରାପଡା ଟିପିସିଓଡିଏଲ ସବଡିଭିଜନ ଓ ସମସ୍ତ ସେକ୍ସନର ଅଧିକାରୀମାନଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର