Thursday , August 18 2022
Breaking News
Home / ବିଶେଷ / ଚାଷଜମିରୁ ଜଳ ନିଷ୍କାସନ ନେଇ ବ୍ୟବସ୍ଥା 

ଚାଷଜମିରୁ ଜଳ ନିଷ୍କାସନ ନେଇ ବ୍ୟବସ୍ଥା 

କିଶନନଗର ୦୯/୧୨/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- କିଶନନଗର ତହସିଲ ଅଧିନରେ ଥିବା ବାରାହାପାଟ ଗହୀରରୁ ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ତା ନେଇ ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦର ବାରମ୍ବାର ଅଭିଯୋଗ, ବହୁଜନ ସୁଖାୟ ବହୁଜନ ହିତାୟ ନ୍ୟାୟରେ ସମସ୍ତ ପ୍ରୟାସ ସାକାର ହେବାକୁ ଯାଉଛି । ଖୁବ ଶୀଘ୍ର ଏଥିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଡ୍ରେନେଜ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଯନ୍ତ୍ରୀ ଜଳ ବିଭାଗ ପକ୍ଷରୁ ଚିଠି ନମ୍ୱର ୨/୨୧-୨୯୪୬୩ ଜରୀଆରେ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ପରିଷଦର ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ କଟକ ସଦର ଅଂଚଳର ବହୁବିଧ ସମସ୍ୟା ସମ୍ପର୍କରେ  ସରକାରଙ୍କୁ ଅବଗତ କରାଇବା ସହ ବହୁବିଧ ଜନ ହିତକର କାର୍ଯ୍ୟ,ସାହିତ୍ୟ ସଂସ୍କୃତିର ବିକାଶ,ପାଠାଗାର ଆନ୍ଦୋଳନରକୁ ତ୍ୱରାନ୍ୱିତ  କରିବା,ଜନ ସଚେତନତା ବୃଦ୍ଧି କରିବା,ଗ୍ରାମାଂଚଳ ପ୍ରତିଭାର ବିକାଶ,ରକ୍ତଦାନ ଆନ୍ଦୋଳନକୁ ବ୍ୟାପକ କରିବା ଆଦି ଜନହିତକର କାର୍ଯ୍ୟ କରି  ପ୍ରଶଂସା ଲାଭ କରିଛନ୍ତି । ଓଡିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.