Wednesday , January 19 2022
Breaking News
Home / ଶିକ୍ଷା / କ୍ୟାପିଟାଲ ହାଇସ୍କୁଲର ଦୁଇ ଜଣ ଛାତ୍ର କରୋନା ସଂକ୍ରମିତ

କ୍ୟାପିଟାଲ ହାଇସ୍କୁଲର ଦୁଇ ଜଣ ଛାତ୍ର କରୋନା ସଂକ୍ରମିତ

 ଭୁବନେଶ୍ୱର ,୦୯/୧୨/୨୦୨୧ (ଓଡ଼ିଶା ସମାଚାର)- କ୍ୟାପିଟାଲ ହାଇସ୍କୁଲର ନବମ ଶ୍ରେଣୀର ଦୁଇ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ସ୍କୁଲରେ ବିଏମସି  ପକ୍ଷରୁ ଟେଷ୍ଟିଂ କ୍ୟାମ୍ପ କରାଯାଇଥିଲା । ମୋଟ୍ ୩୭୨ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ୨ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଛାତ୍ର ଏବେ ହୋମ୍ ଆସୋଲେସନରେ ଅଛନ୍ତି । ଏ ନେଇ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭିମସାରରେ ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ର ସେଣ୍ଟ ମେରି ବାଳିକା ବିଦ୍ୟାଳୟ ର ମୋଟ ୫୩ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ସେହିପରି  ଠାକୁରମୁଣ୍ଡା ଚମକପୁର ଆବାସିକା ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଢ଼େଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ କଲେଜ ହଷ୍ଟେଲରୁ ୫୬ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ।

  ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ପରେ ତତ୍ପର ହୋଇଥିଲା ବିଏମସି । ବିଏମସି ୩ଟି ଜୋନ୍ ରେ ଥିବା ଶିକ୍ଷାନୁଷ୍ଠାନରେ ବୁଧବାର କୋଭିଡ୍ ଟେଷ୍ଟିଂ ଆରମ୍ଭ ହୋଇଥିଲା । ଉତ୍ତର ଜୋନ ର ନୂଆପଲ୍ଲୀ ଆଶ୍ରମ ସ୍କୁଲ, ରସୁଲଗଡ଼ ଆଶ୍ରମ ସ୍କୁଲ, ପ୍ରଭୁଜୀ ଇଂରାଜୀ ମାଧ୍ୟମିକ ସ୍କୁଲ, ବିଜୁ ପଟ୍ଟନାୟକ କଲେଜ, ଜିଜିପି କଲୋନୀ ଉଚ୍ଚ ବିଦ୍ୟାଳୟ ଏବଂ ଭିଏସ୍ଏସ୍ ନଗର ହାଇସ୍କୁଲରେ ଉଭୟ ଆର୍ଟିପିସିଆର୍ ଏବଂ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି ।

ସେହିପରି ଦକ୍ଷିଣ-ପୂର୍ବ ଜୋନ୍ ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ମହର୍ଷି କଲେଜ, କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୯ ବାଳକ ବିଦ୍ୟାଳୟ, ତପୋବନ ଉଚ୍ଚ ବିଦ୍ୟାଳୟ, ପାଇକନଗର ହାଇସ୍କୁଲ, ନୂଆପଲ୍ଲୀ ସ୍ୱରସ୍ୱତୀ ବିଦ୍ୟାମନ୍ଦିର ଆଦିରୁ ପ୍ରାୟ ୪୫୦୦ ଛାତ୍ରଛାତ୍ରୀଙ୍କଠୁ ସ୍ୱାବ୍ ସଂଗ୍ରହ ହୋଇଥିଲା । ଶିକ୍ଷାନୁଷ୍ଠାନରେ ଯେପରି କରୋନା ନ ବ୍ୟାପିବ ସେନେଇ ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ସ୍ୱରୂପ କୋଭିଡ୍ ପରୀକ୍ଷା ଆରମ୍ଭ କରିଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସ୍କୁଲ ଏବଂ କଲେଜ ବୁଲିବା ସହ ସ୍ୱାବ୍ ସଂଗ୍ରହ କରୁଛି ।  ଓଡ଼ିଶା ସମାଚାର

About admin

Check Also

୧୦୪୮୯ କରୋନା ପଜିଟିଭ୍ ଚିହ୍ନଟ, ୯୮୨ଜଣ ଶିଶୁ ସଂକ୍ରମିତ – ୩ ମୃତ୍ୟୁ

ଭୁବନେଶ୍ୱର,୧୭/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୦୪୮୯ କରୋନା ପଜିଟିଭ୍ …

Leave a Reply

Your email address will not be published. Required fields are marked *