Tuesday , August 9 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜର ସାମଗ୍ରିକ ବିକାଶ ପାଇଁ ନୂତନ ପରିଚାଳନା ସମିତିର ସଙ୍କଳ୍ପ

କେନ୍ଦ୍ରାପଡା କଲେଜର ସାମଗ୍ରିକ ବିକାଶ ପାଇଁ ନୂତନ ପରିଚାଳନା ସମିତିର ସଙ୍କଳ୍ପ

କେନ୍ଦ୍ରାପଡ଼ା,୦୯/୧୨/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ନବ ଗଠିତ ପରିଚାଳନା ସମିତିର ପ୍ରଥମ ବୈଠକ ବୁଧବାର ସଭାପତି ଡା. ବାସୁଦେବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆଗାମୀ ଦିନରେ ଏହାର ଶୈକ୍ଷିକ ଓ ଭିତିଭୂମିର ବିକାଶ ସହ ସାମଗ୍ରିକ ମାନବୃଦ୍ଧି ପାଇଁ ପଦକ୍ଷେପ ନେବ ବୋଲି ନିଷ୍ପତିି ଗ୍ରହଣ କରିଛି । ସଭା ପ୍ରାରମ୍ଭରେ କଲେଜ ଅଧ୍ୟକ୍ଷ ତଥା ପରିଚାଳନା ସମିତିର ସମ୍ପାଦକ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ କଲେଜର ସ୍ଥିତି, ସମସ୍ୟା ଓ ଆହ୍ୱାନ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ନବଗଠିତ ସମିତିର ସଭ୍ୟସଭ୍ୟାଙ୍କୁ ସ୍ୱାଗତ କରିଥିଲେ । ଚଳିତମାସ ୧୭ ଓ ୧୮ତାରିଖରେ ସ୍ୱୟଂ ଶାସନ ପରିଦର୍ଶନ ପାଇଁ ଆସୁଥିବା ୟୁଜିସି କମିଟିର ପରିଦର୍ଶନ ପାଇଁ ଆବଶ୍ୟକ ବ୍ୟୟ ବରାଦ ସହ ପଦକ୍ଷେପମାନ ଏହି ବୈଠକରେ ଗ୍ରହଣ କରାଯାଇଛି । ସ୍ୱୟଂଶାସନ ପରିଦର୍ଶନ ପରେ ପରେ ନାକ୍ ପରିଦର୍ଶନ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଏହା ବ୍ୟତିତ ଆଗାମୀ ଦିନରେ ଜମି ସମସ୍ୟା ଓ ସାମଗ୍ରିକ ବିକାଶ ପାଇଁ ବିହିତ ପଦକ୍ଷେପ ନେବାକୁ ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଏହି ବୈଠକରେ ପରିଚାଳନା ସମିତି ସଭ୍ୟ ଅଧ୍ୟାପକ ଦୁର୍ୟେ୍ୟାଧନ ପରିଡା, ଡଃ. ଅପର୍ଣ୍ଣା ମହାନ୍ତି, ଅଧ୍ୟାପକ ଅଜୟ ସାମଲ, ଡଃ. ରାଜଗୋପାଳ ମହାନ୍ତି, ଡଃ. ସେଖ ସମସୁର, ଡଃ. ସଞ୍ଜୀବ କୁମାର ମହାନ୍ତି, ଡଃ. ଦେବେନ୍ଦ୍ର ନାଥ ଗୋଛାୟତ ଓ ଆଂଚଳିକ ଶିକ୍ଷା ନିର୍ଦେଶକ ଡଃ. ଗଙ୍ଗାଧର ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି …

Leave a Reply

Your email address will not be published.