Saturday , August 13 2022
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜର ନୂତନ ପ୍ରକଳ୍ପ ଲୋକାର୍ପିତ

କେନ୍ଦ୍ରାପଡା କଲେଜର ନୂତନ ପ୍ରକଳ୍ପ ଲୋକାର୍ପିତ

କେନ୍ଦ୍ରାପଡ଼ା,୦୯/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୧୯୭୧ ଭାରତ-ପାକିସ୍ଥାନ ଯୁଦ୍ଧରେ ବ୍ୟବହୃତ ଟ୍ୟାଙ୍କ- ଟି୫୫ ବୁଧବାର କଲେଜ ପରିସରରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଓ କଲେଜ ପରିଚାଳନା ପରିଷଦ ସଭାପତି ଡା. ବାସୁଦେବ ପାତ୍ର ଓ କଲେଜ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଟ୍ୟାଙ୍କ ଦେଶର ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ  ଭାରତ-ପାକିସ୍ଥାନ ଯୁଦ୍ଧର ବିଜୟ ଗୌରବର ସ୍ମାରକୀ ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ  ପ୍ରଦାନ କରାଯାଇଛି । କଲେଜ ପରିସରରେ ଏହି ଟ୍ୟାଙ୍କ ଛାତ୍ରଛାତ୍ରୀ ତଥା ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯାଇଛି । ଏତଦବ୍ୟତିତ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ଅନୁଦାନରେ ନିର୍ମିତ ଶୈକ୍ଷିକ ଗୃହ, ନବୀକୃତ ଗଣିତ, ପରିସଂଖ୍ୟାନ ଓ ପ୍ରାଣୀ ବିଜ୍ଞାନ ଗୃହ ସମେତ ଉଚ୍ଚଶିକ୍ଷା ବିଭାଗର ଫନି ବାତ୍ୟା ଜନିତ ଅନୁଦାନରେ ନିର୍ମିତ ଭୂବିଜ୍ଞାନ ବିଭାଗର ନୂତନ ଗୃହକୁ ଅତିଥିମାନେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । କଲେଜର ପୁରାତନ ଛାତ୍ରଙ୍କ ମଧ୍ୟରେ ରାଜେଶ ପଣ୍ଡା, ପ୍ରଦିପ କୁମାର ସାହୁ, ମହେନ୍ଦ୍ର ମିଶ୍ର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.