Thursday , September 28 2023
Home / ବିଶେଷ / କିଡ୍ନୀନି ଅସ୍ତ୍ରୋପଚାର ପରେ ଅଧିକ ଚିକିତ୍ସା ପାଇଁ ସହାୟତା ଲୋଡୁଛନ୍ତି  ଜିତୁନ (ଏକ୍ଲୁସିଭ୍ ଷ୍ଟୋରି)

କିଡ୍ନୀନି ଅସ୍ତ୍ରୋପଚାର ପରେ ଅଧିକ ଚିକିତ୍ସା ପାଇଁ ସହାୟତା ଲୋଡୁଛନ୍ତି  ଜିତୁନ (ଏକ୍ଲୁସିଭ୍ ଷ୍ଟୋରି)

ନିଶ୍ଚିନ୍ତକୋଇଲି ,୦୯/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର  ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନି ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଥିଲେ। ତାଙ୍କର ଦୁଇଟି କିଡିନି ଖରାପ ହୋଇଯାଇଛି।ସେ  ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ଧୀନ ହେବାପରେ ଅସ୍ତ୍ରୋପଚାର କରାଯାଇଛି  । ନିଜ ପତ୍ନୀ ଙ୍କର ଏକ କିଡ଼ନୀ ତାଙ୍କ ଠାରେ ପ୍ରତିରୋପଣ କରାଯାଇଛି । କିନ୍ତୁ ଏଭଳି ପରିସ୍ଥିତି ରେ ଅର୍ଥ ସାଜିଛି ତାଙ୍କ ର ଚିକିତ୍ସା ପାଇଁ ବଡ଼ପ୍ରତିବନ୍ଧକ। ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ରପୁଅ।ତାଙ୍କ ବାପା ଏବେ ବୟସ  ର ଅପରାହ୍ନରେ ଉପନୀତ।ଗାଁ ମୁଣ୍ଡରେ ଥିବା ତାଙ୍କ  ସିମେଣ୍ଟ ନନ୍ଦଫ୍ୟାକ୍ଟ୍ରି ଏବେ ବନ୍ଦହୋଇ ପଡିଛି.   ପରିବାର ପ୍ରତିପୋଷଣକଥା ଅତ୍ୟନ୍ତ ଦୟନୀୟ  ।ଜିତୁନ ଙ୍କ ଅସୁସ୍ଥତା  ଯୋଗୁଁ ସବୁକିଛି ଅଚଳ  ।ଜିତୁନ ଙ୍କ ପରିବାର କହିଲେ ତାଙ୍କ ବାପା,ମା ଓ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ  ।ଜିତୁନ ଙ୍କ ଚିକିତ୍ସା  ପାଇଁ ଡାକ୍ତରଙ୍କ ଆକଳନ  ଅନୁଯାଇ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ପ୍ରକାଶ କରିଛନ୍ତି। ବିଭିନ୍ନ ସଂଗଠନ, କେନ୍ଦ୍ର  ସରକାରଙ୍କ ରିଲିଫ ଫଣ୍ଡ ,ସ୍ୱେଚ୍ଛାସେବୀ ସଗଠନ ଓ ବଦାନ୍ୟବ୍ୟକ୍ତି ଜିତୁନ ଙ୍କ ଚିକିତ୍ସା ପାଇଁ ମିଳିଥିବା  ସହଯୋଗ ଯୋଗୁ ଅସ୍ତ୍ରୋପଚାରଓ  କିଡ଼ନୀ ପ୍ରତିରୋପଣ କରାଯାଇଛି. । ମାତ୍ର ଏବେ ଉଭୟ  ପତି ପତ୍ନୀ ଙ୍କ ଅଧିକ ଚିକିତ୍ସା ଓ ଆଶୁ ଆରୋଗ୍ୟ ନିମନ୍ତେ ଅଧିକ ଅର୍ଥର ଆବଶ୍ୟକତା ରହିଛି।  ଅଧିକ ଚିକିତ୍ସା ଓ ଆରୋଗ୍ୟ  ନିମନ୍ତେ ସେ ସରକାରୀ ତଥା ବେସରକାରୀ ଭାବେ  ଆର୍ଥିକ ସହାୟତା ମିଳିଲେ ଉପକୃତ ହୋଇପାରନ୍ତେ ବୋଲି ନିବେଦନ କରିବା ସହ ଆମପ୍ରତିନିଧି ଙ୍କୁ ସଫଳ ଅସ୍ତ୍ରୋପଚାର ହୋଇଥିବା ସମ୍ପର୍କରେ ଜିତୁନ ଙ୍କ ପତ୍ନୀ ଫୋନଯୋଗେ  କୃତଜ୍ଞତା ଜଣାଇଛନ୍ତି।ଉଲ୍ଲେଖନୀୟ ଯେ, ଅନ୍ୟ ଗଣମାଧ୍ୟମ ସହ “ଓଡିଶା ସମାଚାର” ଲାଇଭ ରେ ପ୍ରଥମେ ଖବର ପ୍ରସାରଣ କାରାଯାଇଥିଲା  ଫଳରେ ଏହା ସମ୍ଭବ  ହୋଇପାରିଲା ବୋଲି ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *