Wednesday , October 4 2023
Breaking News
Home / ବିଶେଷ / ଓକିଲ ସଂଘ ପକ୍ଷରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ମହମବତୀ ଶୋଭାଯାତ୍ରା

ଓକିଲ ସଂଘ ପକ୍ଷରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ମହମବତୀ ଶୋଭାଯାତ୍ରା

ଭୁବନେଶ୍ୱର , ୦୯/୧୨/୨୦୨୧ (ଓଡ଼ିଶା ସମାଚାର)-ସିଡିଏସ୍ ବିପିନ ରାୱାତ, ରାଣା ପ୍ରତାପ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ବୀର ପୁଅକୁ ଝୁରୁଛି ଦେଶ । ଉକ୍ତ ଦୁର୍ଘଟଣାରେ ଶହୀଦମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକ ଶୋକସଭା ଓ ମହମବତୀ ଶୋଭାଯାତ୍ରା ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସଂଘର ସଭାପତି ନିର୍ମଳ କିଶୋର ରଥ, ଉପସଭାପତି ଦେବୀଦତ ବାରିକ୍, ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, ଓ କାର୍ୟ୍ୟକାରୀ କମିଟିର ସଭ୍ୟମାନେ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *