ଗରଦପୁର, ୦୯/୧୨/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସାନ ଅଢ଼ଙ୍ଗା ଗ୍ରାମ ପଂଚାୟତ ଅଧିନସ୍ଥ ନଗରୀପଡ଼ା ଗ୍ରାମର ଦଳିତ ବସ୍ତିରେ ଚୁଲିରେ ରୋଷେଇ କରୁଥିବା ସମୟରେ ସ୍ୱର୍ଗତ କ୍ଷୀରୋଦ ମଲିକ ଙ୍କ ପତ୍ନୀ ମାତାଜୀ ମଳିକ ଙ୍କ ଚାଳ ଛପର ଘର ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ଖବର ପାଇ କୋରୁଆ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା ବିପନ୍ନ ଙ୍କ ପାଖରେ ପହଂଚି କ୍ଷୀରୋଦ ମଲିକ ଙ୍କ ପତ୍ନୀ ମାତାଜୀ ମଳିକ ଙ୍କୁ ପଲିଥିନ ପ୍ରଦାନ କରିବା ସହ ଆବାସ ଯୋଜନା ରେ ଗୃହ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ । ଓଡ଼ିଶା ସମାଚାର