Saturday , August 13 2022
Breaking News
Home / ବିଶେଷ / ଶିଶୁ ନୃତ୍ୟଶିଳ୍ପୀ : ସୃଷ୍ଟି ଦାସ ମହାପାତ୍ର

ଶିଶୁ ନୃତ୍ୟଶିଳ୍ପୀ : ସୃଷ୍ଟି ଦାସ ମହାପାତ୍ର

କଟକ, ୦୮/୧୨/୨୦୨୧(ଓଡିଶା ସମାଚାର )-  ଛାତ୍ରାୟାଣାମ୍ ଅଧ୍ୟୟନ ପରମ ତପ   ନ୍ୟାୟରେ ଆମ ଛାତ୍ର ସମାଜ ନିଜର କର୍ତ୍ତବ୍ୟ ନିଷ୍ଠା,ଶିକ୍ଷା ପ୍ରତି ଶ୍ରଦ୍ଧା,ଗବେଷଣା,ମହାପୁରୁଷଙ୍କ ଜୀବନୀ ପାଠ,ଗୁରୁଜନଙ୍କ ପ୍ରତି ସମ୍ମାନ ଆଦି ବହୁ ଶୋଭାନୀୟ ଚିନ୍ତା ଚେତନା ବଳରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେହିଭଳି ଜଣେ ମେଧାବୀ ଛାତ୍ରୀ ହେଉଛନ୍ତି କଟକ ସଦର ୪୨ ମୌଜା ପଟଣା ଗ୍ରାମର କୁମାରୀ ସୃଷ୍ଟି ଦାସ ମହାପାତ୍ର । ପିତା ଶୁଭେନ୍ଦୁ ଦାସ ମହାପାତ୍ର,ମାତା ଶ୍ରାବନ୍ତିକା ମହାନ୍ତି,ଅଜା ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି,ଆଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସାହିତ୍ୟିକା ସରୋଜ ନଳିନୀ ପରିଜା,ଜେଜେ ସୁରେନ୍ ମହାପାତ୍ର,ଜେଜମା ରେବିକା ମହାପାତ୍ରଙ୍କ ବଂଶରେ ସୁକନ୍ୟା ସୃଷ୍ଟି ଜନ୍ମ ଗ୍ରହଣ କରି ପରିବାର ଆଉ ସମାଜ ପାଇଁ ଆଣିଛନ୍ତି ନୂତନ ସୃଜନର ଶୁଭଙ୍କର ଝଙ୍କାର । ସରସ୍ଵତୀ ଶିଶୁ ମନ୍ଦିର ବେଣ୍ଟକାରରେ ଶିକ୍ଷା ଲାଭ କରିବାସହ ନିଜର ଅଧ୍ୟବସାୟ ବଳରେ ଓଡିଶୀ ନୃତ୍ୟରେ ନିଜର ଖୁବ୍ ପାରଦର୍ଶିତା ଲାଭକରି ଅଞ୍ଚଳ ପାଇଁ ଗର୍ବ ଗୌରବର ପରିଭାଷା ଆଣିବା ସହ ସାଉଁଟିଛନ୍ତି ଅଜସ୍ର ବଧେଇ,ଆଶିର୍ବାଦ ଆଉ ଅନେକ ସମ୍ମାନ । ପିଲାଟି ଦିନରୁ ସାଧନା ଜାରୀରଖି ବହୁ ସଂଗଠନ ଯଥା ରେକି ମିଶନ ମହା ଶିଶୁ ପର୍ବ କୂଳ ସରିଚୁଆ କଟକ,କଟକ ମହୋତ୍ସବ କଟକ,ବାରବାଟୀ ନୃତ୍ୟ ମହୋତ୍ସବ କଟକ,ବାଲିଯାତ୍ରା ବୈଷ୍ଣବ ପାଣି ମଞ୍ଚ କଟକ,ସ୍ବାମୀ ବିବେକାନନ୍ଦ ଜୟନ୍ତୀ ବରାଳ କଟକ,ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ ଆଦିରୁ ସେ ସମ୍ବର୍ଦ୍ଧିତ ଓ ପୁରସ୍କୃତ । ଅଧ୍ୟୟନରେ ସଫଳ ହେବାସହ ଓଡ଼ିଶୀ ନୃତ୍ୟରେ ରୁଚି ଅଧିକରୁ ଅଧିକ ଗବେଷଣତ୍ମକ ଭାବଧାରା ସୃଷ୍ଟିଙ୍କୁ ଆଗାମୀ ଦିନରେ ଆହୁରି ସୁଦୃଢ କରିବ ଏହା ସ୍ପଷ୍ଟ ପ୍ରମାଣିତ । ଏହି ଶିଶୁ ପ୍ରତିଭାଙ୍କ ସ୍ବପ୍ନ ହେଉ ସଫଳ ଭବିଷ୍ୟତ ହେଉ ଉଜ୍ଜ୍ୱଳ ଏତିକି ପ୍ରାଥନା । ଓଡିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.