କଟକ ସଦର, ୦୮/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦିଲ୍ଲୀ ରୁ କଟକ ଆସୁଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନରୁ ଭାରତୀୟ ସେନା ବାହିନୀ ଜନୈକ ଯଵାନ ନିଖୋଜ ଘଟଣାକୁ ନେଇ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଏ ସମ୍ପର୍କରେ କଟକ ରେଳବାଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ସୋମଵାର ଅପରାହ୍ନରେ ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ ଟ୍ରେନ(ନଂ୨୨୮୧୨)ଯୋଗେ ଭାରତୀୟ ସେନାବାହିନୀର ୧୫୦ ଜଣ ଯବାନ ଚୈଦ୍ୱ।ର ଚାରିଵାଟିଆକୁ ପ୍ରଶିକ୍ଷଣ ନେଵାକୁ ଆସିଥିଲେ। ସେଥିରେ କର୍ଣ୍ଣାଟକ କରୱ।ର ଜିଲ୍ଲା ତିବ୍ଦତିଆନ କଲୋନୀ ମୁଣ୍ଡଗଡର ବାସିନ୍ଦା ୨୫ ବର୍ଷିୟ ଯଵାନ ଟେନଜିଟ୍ ରାୱ।ଙ୍କ(ଟିଆରଏନ ୭୩୮୮୧ ଏମ୍) ମଧ୍ୟ ଆସିଥିଲେ। ହେଲେ ଟ୍ରେନରୁ ଓହ୍ଲାଇଵା ପରେ ଉକ୍ତ ଯଵାନଙ୍କର ପତ୍ତା ମିଳିନଥିଲା। ସିଏ ସମସ୍ତ ସହିତ କେତୋଟି ଷ୍ଟେସନ ପର୍ଯ୍ୟନ୍ତ ଥିଲେ, ତାଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲାକି ନାହିଁ,ସିଏ ନିଜେ ଅପହୃତ ହୋଇଯାଇଛନ୍ତି ନା ତାଙ୍କୁ କେହି ଅପହରଣ କରିନେଇଛି ତାକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଥିବା ବେଳେ ପୋଲିସ ସତର୍କତାର ସହିତ ତଦନ୍ତ ଆରମ୍ଭ କରିଛି।ଜିଆରପି ପକ୍ଷରୁ ନୂଆଦିଲ୍ଲୀରୁ କଟକ ପର୍ଯ୍ୟନ୍ତ ବାଟରେ ଥିବା ସମସ୍ତ ଷ୍ଟେସନକୁ ଏ ସମ୍ପର୍କିତ ସୂଚନା ଓ ଫଟୋ ପଠାଯାଇ ଉକ୍ତ ଯବାନଙ୍କର ସନ୍ଧାନ ନେବାକୁ କୁହାଯାଇଛି। ସୋମବାର ଏହି ଘଟଣା ଘଟିଥିଲେ ମଧ୍ୟ ତାହା ବିଳମ୍ବରେ ସର୍ବସମ୍ମୁଖକୁ ଆସିଥିବା ଜଣାଯାଇଛି। ଓଡ଼ିଶା ସମାଚାର