ସାଲେପୁର,୦୮/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମଏଫସି କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ କେଶ ଡାଏରୀ ଓ ସିଡିଆର ସଂରକ୍ଷଣ କରି ଦେଇଥିବା ନିର୍ଦଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଥାନା ଅଧିକାରୀ ଜେଏମଏଫସି ଙ୍କର ଏହି ନିର୍ଦେଶର ପୁନର୍ବିଚାର ପାଇଁ ସାଲେପୁର ମାନ୍ୟବର ଏଡିଜେ କୋର୍ଟରେ ଆବେଦନ କରିଥିଲେ। ତାହା ଆଜି ମାନ୍ୟବର ଏଡିଜେ ଖାରଜ କରିଦେଇଛନ୍ତି।
ଗତ ୪ତାରିଖ ଦିନ ପୁନତଦନ୍ତ ରିପୋର୍ଟ ଓ ସିଡିଆର ଏହି ମାସ ୧୦ତାରିଖ ସକାଳ ୧୦ଟା ୩୦ ସୁଦ୍ଧା କୋର୍ଟରେ ଦାଖଲ କରିବା ସହ କାହିଁକି ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆନଯିବ ତାହା ମଧ୍ୟ ୧୦ ତାରିଖ ଦିନ ଜଣାଇବା ପାଇଁ ନିର୍ଦେଶ ଦେଇଥିଲେ। ପୂର୍ବରୁ ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ୨୪/୮ ଏବଂ ୨୮/୧୧ରେ ଜେଏମଏଫସି ପୋଲିସକୁ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ସଂରକ୍ଷଣ ରିପୋର୍ଟ ଦେବାପାଇଁ ନିର୍ଦେଶ ଦେଇଥିଲେ କିନ୍ତୁ ପୋଲିସ କେବଳ ସମୟ ମାଗୁଥିଲେ। ଆଜି ଏସପି କଟକଙ୍କ ଚିଠି ଓ ଆଇଆଇସି ମାହାଙ୍ଗାଙ୍କ ସତ୍ୟପାଠ ଆଧାର ରେ ଜେଏମଏ ଫସି ଙ୍କ ନିର୍ଦେଶର ପୁନର୍ବିଚାର ପାଇଁ କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଓଡ଼ିଶା ସମାଚାର