Friday , August 19 2022
Breaking News
Home / ବିଶେଷ / ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଓଡିଶା ସମେତ ଦେଶର ସବୁ ଗ୍ରାମାଂଚଳରେ ସମସ୍ତଙ୍କ ପାଇଁ ପକ୍କା ଘର ଲକ୍ଷ୍ୟ ହେବ ପୂରଣ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର ,୦୮/୧୨/୨୦୨୧ (ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମଏୱାଇ-ଜି)କୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ଓଡିଶା ସମେତ ଦେଶର ସବୁ ଗ୍ରାମାଂଚଳରେ ସମସ୍ତଙ୍କ ପାଇଁ ପକ୍କା ଘର ଲକ୍ଷ୍ୟକୁ ପୂରଣ କରିବ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣକୁ ସମ୍ପ୍ର୍ରସାରଣ କରିବା ପାଇଁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ପିଏମ ଗ୍ରାମୀଣ ଆବାସ ଯୋଜନାର ସମ୍ପ୍ରସାରଣ ଦ୍ୱାରା ମୋଦି ସରକାରଙ୍କର ମୌଳିକ ସୁବିଧା ସହ ୨.୯୫ କୋଟି ପକ୍କା ଘର ନିର୍ମାଣର ଲକ୍ଷ୍ୟକୁ ହାସଲ କରିବ । ବଳକା ୧୫୫.୭୫ ଲକ୍ଷ ଘରର ନିର୍ମାଣ ପାଇଁ ମଧ୍ୟ ସହାୟତା ଦିଆଯିବା ନିଷ୍ପତି ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହାବ୍ୟତିତ କେନ୍-ବେତ୍ୱା ନଦୀକୁ ସଂଯୋଗ କରିବାର ଯୋଜନାକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଛି । ଏହି ନିଷ୍ପତି ଦ୍ୱାରା ବୁନ୍ଦେଲଖଣ୍ଡ ଅଂଚଳର ସାମାଜିକ ଓ ଆର୍ଥିକ ବିକାଶରେ ଏକ ବଡ ପରିବର୍ତନ ହେବ । ଏହି ପ୍ରକଳ୍ପ ଦ୍ୱାରା ଜଳସେଚନ ସମସ୍ୟା ଦୂର ହେବ । କୃଷି କାର୍ଯ୍ୟ ସହଜ ହେବ ଏବଂ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଉପଲବ୍ଧ ହେବ । ଅଂଚଳର ବିସ୍ଥାପନ ସମସ୍ୟା ଦୂର ହେବା ସହ ଆଗାମୀ ଦିନରେ ଆହୁରି ନଦୀକୁ ସଂଯୋଗୀକରଣ ହେବାର ମାର୍ଗ ପ୍ରଶସ୍ତ କରିବ । ଦେଶର ବିକାଶରେ ପାଣିର ସମସ୍ୟା ନହେଉ, ଏଥିପାଇଁ ମୋଦି ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.