Sunday , September 25 2022
Home / ବିଶେଷ / ଠିକାସଂସ୍ଥାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଧରି ଆକାଉଂଟାଂଟ ଫେରାର -ଥାନାରେ ଏତଲା

ଠିକାସଂସ୍ଥାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଧରି ଆକାଉଂଟାଂଟ ଫେରାର -ଥାନାରେ ଏତଲା

ପାରାଦୀପ,୦୮/୧୨/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ସାଇକୃପା କନ୍ଷ୍ଟ୍ରକସନ୍ ର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଧରି ସଂସ୍ଥାରେ ଆକାଉଂଟାଂଟ ଫେରାର ହୋଇଯିବା ନେଇ ପାରଦୀପ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ,ପାରାଦୀପର ସାଇକୃପା କନ୍ଷ୍ଟ୍ରକସନ୍ରେ ପ୍ରାୟ ୭ବର୍ଷ ଧରି ସଂସ୍ଥାର ହିସାବ ନିରୀକ୍ଷକ ଭାବେ କାମ କରୁଥିଲେ ବିଶ୍ୱଜିତ ବଳ । ପାରାଦୀପ ସିଏଚ୍ କଲୋନୀରେ ରହୁଥିବା ବେଣୁ ବଳଙ୍କ ପୁଅ ବିଶ୍ୱଜିତ୍ ଏହି ଠିକା ସଂସ୍ଥାରେ କାମ କରିବା ସହ ସଂସ୍ଥା ଅଧିନରେ ବିଭିନ୍ନ ସପ୍ଲାୟ କାମରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କ ଦେୟ ପ୍ରଦାନ କରିଥାନ୍ତି । ସଂସ୍ଥାର ସମସ୍ତ ଆର୍ଥିକ କାରବାର ନଗଦ, ଚେକ୍ ଆଦି ବିଶ୍ୱଜିତ୍ ପ୍ରଦାନ କରୁଥିଲେ । ବାଲି, ଗୋଡି, ଗାଡି, ମେସିନ୍ ଆଦି ବିଭିନ୍ନ ବ୍ୟକ୍ତିମାନେ ଏହି ସଂସ୍ଥା ଅଧିନରେ ନିୟୋଜିତ କରିଥାନ୍ତି । ସେମାନଙ୍କର ଦେୟ ବାବଦରେ ଥିବା ରେଜିଷ୍ଟର, ତଥା ଅନ୍ୟ ରେଜିଷ୍ଟର ଗୁଡିକ ନେଇ ବିଶ୍ୱଜିତ୍ କେଉଁ ଆଡେ ଫେରାର ହୋଇଯାଇଥିବା ନେଇ ସଂସ୍ଥାର ମୁଖ୍ୟ ରାକେଶ କୁମାର ପଟ୍ଟନାୟକ ଗତ ୨୨ ତାରିଖରେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଏପରିକି ଆକାଉଂଟାଂଟ ଶ୍ରୀ ବଳ କମ୍ପ୍ୟୁଟରରେ ଥିବା ହିସାବ ଗୁଡିକୁ ମଧ୍ୟ ଉଡେଇ ଦେଇଥିବା ନେଇ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଭିନ୍ନ ସାମଗ୍ରୀର ରୟାଲଟି ଅର୍ଥ ଭରଣା ନକରି ସେ ଗୁଡିକୁ ବିଶ୍ୱଜିତ୍ ନକଲି ଚାଲଣ ଦେଇ ଅର୍ଥ ହରିଲୁଟ୍ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଶ୍ରୀ ପଟ୍ଟନାୟକ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଅର୍ଥାତ୍ ଫେବୃୟାରୀ ମାସରୁ ସମସ୍ତ ହିସାବ ଖାତା ଓ କମ୍ପ୍ୟୁଟରରେ ଡାଟା ଉପଲବ୍ଧ ଥିବା ବେଳେ ଏହାପୂର୍ବର ୫ ବର୍ଷର କୌଣସି ତଥ୍ୟ ନମିଳିବା ସଂସ୍ଥା ପାଇଁ ଚିନ୍ତା ବଢାଇ ଦେଇଛି । ଏନେଇ ଶ୍ରୀ ପଟ୍ଟନାୟକ ଶ୍ରୀ ବଳଙ୍କୁ ଯୋଗାଯୋଗ କରିବା ପରେ ସେ ଓ ତାଙ୍କ ସମ୍ପର୍କୀୟଙ୍କ ସହ ସଂସ୍ଥାର କାର୍ଯ୍ୟାଳୟକୁ ଆସି ସମସ୍ତ କାଗଜପତ୍ର ଫେରାଇ ଦେବାର ପ୍ରତିଶୃତି ଦେବା ପରେ ଆଉ ତାଙ୍କ ମୋବାଇଲ୍ ଅନ୍ ନଥିବାରୁ ସଂସ୍ଥା ଚଳେଇବାରେ ନାନା ଅସୁବିଧା ସୃଷ୍ଟି ହୋଇଥିବା ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏସମ୍ପର୍କରେ ପାରାଦୀପ ପୋଲିସ୍ ବିଶ୍ୱଜିତ୍ଙ୍କୁ ନିଖୋଜ ଥିବା ନେଇ କହିଥିବା ସେ କହିଛନ୍ତି । ଏସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ତାଙ୍କ ସଂସ୍ଥାର ହିସାବ ଖାତା ଓ ଫେରିପାଇବାକୁ ସେ ଅନୁରୋଧ କରିଥିବା କହିଛନ୍ତି । ଏହି ସଂସ୍ଥା ମାଧ୍ୟମରେ ବାର୍ଷିକ କୋଟି କୋଟି ଟଙ୍କାର କାରବାର ହୋଇଥାଏ । ହିସାବ ଖାତା ଓ କମ୍ପ୍ୟୁଟର ଡାଟା ନଥିବାରୁ ବିଭିନ୍ନ ସପ୍ଲାୟର୍ସମାନଙ୍କୁ ପେମେଂଟ କରିବାରେ ବହୁ ଅସୁବିଧା ହେଉଥିବା ନେଇ ଶ୍ରୀ ପଟ୍ଟନାୟକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନେଇ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.

Total site visitors: 256048