Tuesday , December 6 2022
Home / ବିଶେଷ / ଟିଏମସି ପାଇଁ ବ୍ୟୟ ବକେୟା ଅର୍ଥ ନପାଇଲେ ସରପଂଚମାନେ ଧାରଣା ଦେବେ

ଟିଏମସି ପାଇଁ ବ୍ୟୟ ବକେୟା ଅର୍ଥ ନପାଇଲେ ସରପଂଚମାନେ ଧାରଣା ଦେବେ

କେନ୍ଦ୍ରାପଡ଼ା,୦୮/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକର ସରପଂଚମାନଙ୍କ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କୁ ଗତ କୋଭିଡ-୧୯ ସମୟର ଟିଏମସି ବକେୟା ଅର୍ଥ ତୁରନ୍ତ ପ୍ରଦାନ କରାଯିବାକୁ କଂସାର ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନାଙ୍କ ନେତୃତ୍ୱରେ ଏକ ଦାବିପତ୍ର ବୁଧବାର ପ୍ରଦାନ କରାଯାଇଛି । ତୁରନ୍ତ ସେହି ବକେୟା ଅର୍ଥ ପ୍ରଦାନ କରାନଗଲେ ସରପଂଚମାନେ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ୧୩ତାରିଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ସେମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦେଶରେ ପ୍ରତି ପଂଚାୟତରେ କୋଭିଡ – ୧୯ ସମୟରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟି.ଏମ.ସି.) ଖୋଲାଯାଇ ତାହାର ସୁପରିଚାଳନା କରାଯାଇଥିଲା । ସେହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ସରପଂଚମାନେ ନିଜ ହାତରୁ ଏବଂ ଉଧାର କରି ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଥିଲେ । ଦିର୍ଘ ବର୍ଷକରୁ ଉଦ୍ଧ୍ୱର୍ ସମୟ ପରେବି ପଂଚାୟତକୁ ମାତ୍ର ୫ଲକ୍ଷ ଟଙ୍କା ଅଗ୍ରୀମ ଉଠାଇବାକୁ ଅନୁମତି ପ୍ରଦାନ କରାଯାଇଛି । କିନ୍ତୁ ପ୍ରତ୍ୟେକ ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟି.ଏମ.ସି.) ଗୁଡିକ ପରିଚାଳନାରେ ବ୍ୟୟ କରିଥିବା ସଂପୂର୍ଣ୍ଣ ଅର୍ଥ ପଂଚାୟତକୁ ପ୍ରଦାନ କରାଯିବାକୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସରପଂଚମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ସରପଂଚମାନେ ଆଲୋଚନା କରିବା ସହ ପଂଚାୟତର ଟିଏମସି ପରିଚାଳନାର ବକେୟା ଅର୍ଥ ତୁରନ୍ତ ପ୍ରଦାନ କରାନଗଲେ ଆସନ୍ତା ସୋମବାର ୧୩ତାରିଖରେ କେନ୍ଦ୍ରାପଡା ବ୍ଲକର ସମସ୍ତ ସରପଂଚ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସରପଂଚମାନେ ଚେତାବନୀ ଦେଇଛନ୍ତି । ଚକ୍ରୋଡା ସରପଂଚ ବସନ୍ତ ରାଉତ, ଗଗନବିହାରୀ ସାହୁ, ପିତବାସ ବେହେରା, ଜିନତପ୍ରିୟଦର୍ଶିନୀ ରାଉତ, ଗାୟତ୍ରୀ ମହାନ୍ତି, ସୀତାସୁନ୍ଦରୀ ମଲିକ, ଧରଣୀଧର ଦାସ, ତଅପୋଇ ମଲିକ, ସନତ କୁମାର ଜେନା, ରୀନା ମଲିକ, ଝୁନା ମଲିକ, କବିତା ବାରିକ, ସୁଶିଳା ରାଉତ, ନିରୂପମା ପ୍ରଧାନ ପ୍ରମୁଖ ପ୍ରକଳ୍ପ ନିର୍ଦେଶକ ଶ୍ରୀ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.