ମାର୍ଶାଘାଇ , ୦୮/୧୨/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ଥାନା ନିକଟସ୍ଥ ଚିତ୍ରୋତ୍ପଳା ନଦୀ ତଟ ରେ ଆଖୁଆ ଗ୍ରାମର ଗ୍ରମ୍ୟ ଜଙ୍ଗଲ ରହିଛି । ଏହି ଗ୍ରାମ୍ୟ ଜଙ୍ଗଲରେ ୨ ବର୍ଷ ରୁ ଉଦ୍ଧ୍ୱର୍ ହେଲାଣି ତିନୋଟି ହରିଣ ବସବାସ କରି ଗ୍ରାମ୍ୟ ଜଙ୍ଗଲର ଶୋଭା ବର୍ଦ୍ଧନ କରୁଛନ୍ତି । ଅନେକ ସମୟରେ ଏହି ହରିଣମାନେ ଚିତ୍ରୋତ୍ପଳା ନଦୀକୁ ଜଳ ପାନ ପାଇଁ ଯିବା ଓ ଗ୍ରାମ୍ୟ ଜଙ୍ଗଲ ନିକଟସ୍ଥ ଚାରଣ ଭୂମିରେ ଗୋରୁ ଗାଈଙ୍କ ସହ ବିହାର କରିବା ଦେଖଣାହାରୀଙ୍କୁ ବେଶ ଆମୋଦିତ କରୁଛି । ଆଜି ମଧ୍ୟ ଏହିଭଳି ଏକ ଦୃଶ୍ୟ ଦେଖାଯାଇଥିଲା । ହରିଣ ଟି ଗୋ ମାତାଙ୍କ ସହିତ ଚରାବୁଲା କରି ବିହାର କରୁଥିବାବେଳେ ଅନତୀ ଦୂରରେ ଥିବା ଚିତ୍ରୋପôଳା ବାମ ପାଶ୍ୱର୍ ନଦୀ ବନ୍ଧରେ ଶହ ଶହ ଦେଖଣାହାରୀ ଅଟକି ଏହି ଦୃଶ୍ୟ ଉପଭୋଗ କରିବା ସହିତ ନିଜ ନିଜ ମୋବାଇଲ ରେ ଫଟୋ ଉଠାଉଥିଲେ । ୬ ମାସ ତଳେ ବନ୍ୟ ବିଭାଗ କର୍ମଚାରୀମାନେ ଆସି ହରିଣ ମାନଙ୍କ ଖୋଜ ଖବର ନେଇ ଫେରିଯିବା ସହିତ ବନ୍ୟ ଜନ୍ତୁ ମାନଙ୍କର କିଛି କ୍ଷତି ନପହଂଚାଇବା ପାଇଁ ଗ୍ରାମବାସୀମାନଙ୍କୁ ପରାମର୍ଶ ଦେଇଯାଇଥିଲେ । ଗ୍ରାମର ଯୁବକ ସଂଘର ପିଲାମାନେ ଗ୍ରାମ୍ୟ ଜଙ୍ଗଲ ଓ ସେଥିରେ ବାସ କରୁଥିବା ହରିଣ ମାନଙ୍କର ଦେଖାଶୁଣା କରି ଆସୂଛନ୍ତି । ଯାହା ଜଣାପଡ଼େ ପୂର୍ବରୁ ଏଠାରେ ଶହ ଶହ ବର୍ଷ ଧରି ଗ୍ରାମ୍ୟ ଜଙ୍ଗଲ “ହାଡ଼ିଆପଡ଼ା ଝାଡ” ନାମରେ ନାମିତ ହୋଇ ରହି ଆସୁଛି । ଏଠାରେ ହେଟାବାଘ ଠାରୁ ଆରମ୍ଭ କରି ରାମ ଶିଆଳ, କୋକି ଶିଆଳି, ମାଙ୍କଡ଼ ପଲ ସହିତ ନଦୀରେ କୁମ୍ଭୀର ମଧ୍ୟ ରହୁଥିଲେ । କାଳକ୍ରମେ ଜଙ୍ଗଲ ଅବକ୍ଷୟ ହୋଇ ହୋଇ ଏବେ ଏହା ଗ୍ରାମ୍ୟ ଜଙ୍ଗଲ ନାମରେ ରହିଛି । ୨ ବର୍ଷ ହେଲାଣି ହରିଣମାାନେ ଏଠାରେ ଆସି ବାସ କରୁଛନ୍ତି । ଓଡ଼ିଶା ସମାଚାର
