Wednesday , January 26 2022
Breaking News
Home / ତାଜା ଖବର / କଟକ ରେଳ ଷ୍ଟେସନରୁ ଜଵତ ହେଲା ୪ ଟି ଟଙ୍କା ଭର୍ତ୍ତି ଵ୍ୟାଗ,ଜଣେ ଅଟକ

କଟକ ରେଳ ଷ୍ଟେସନରୁ ଜଵତ ହେଲା ୪ ଟି ଟଙ୍କା ଭର୍ତ୍ତି ଵ୍ୟାଗ,ଜଣେ ଅଟକ

କଟକ ସଦର, ୦୮/୧୨/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଭୂଵନେଶ୍ୱରରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ ଟ୍ରେନରୁ ଆଜି ଵୁଧଵାର ପୂର୍ବାହ୍ନରେ କଟକ ରେଳଷ୍ଟେସନରେ ୪ ଟି ଟଙ୍କା ଭର୍ତ୍ତି ବ୍ୟାଗ୍ କୁ ଆରପିଏଫ ଓ ଜିଆରପି ପୋଲିସ ଜଵତ କରିଵାରେ ସକ୍ଷମ ହୋଇଛି।ଵ୍ୟାଗ ଗୁଡିକରେ ନୂଆ ୧୦ ଓ ୨୦ ଟଙ୍କିଆ ଵଣ୍ଡଲ ଥିଵା ଵେଳେ ଏହାର ଗଣତି ପୂର୍ବରୁ ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେଵ ଵୋଲି ଅସମର୍ଥିତ ସୂତ୍ରରୁ ଜଣାପଡିଛି।ଏଥିରେ ସମ୍ପୃକ୍ତ ଜଣେ ସନ୍ଦିଗ୍ଧ ଏ କେ ସ୍ୱ।ଇଁଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।ତେଵେ ଏତେଗୁଡିଏ ଟଙ୍କା କେଉଁ ଠାରୁ ଓ କେଉଁ ଠିକି ଯାଉଥିଲା ତାହାର ଖୋଳତାଡ଼ ହେଉଛି।ଏକ ବାହାଘର ରେ ଟଙ୍କା ମାଳ ପାଇଁ ଯାଉଥିଲା ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । କେଉଁଠୁ ଆଣିଲେ ଏତେ ଟଙ୍କା ? ଏତେ ଟଙ୍କା ନେଇ ସେ ପ୍ରକୃତରେ କେଉଁଆଡ଼େ ଯାଉଥିଲେ ? ଏସବୁର ତଦନ୍ତ କରାଯିବ ବୋଲି ସୂଚନା ମିଳିଛି। ଓଡ଼ିଶା ସମାଚାର

About admin

Check Also

ଜୟପୁର ଦୈନିକ ପରିବା ମାର୍କେଟରେ ନିଆଁ ଲାଗି ଦୋକାନ ଘର ଜଳିଗଲା

ଜୟପୁର, ୨୩/୧/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା ପ୍ରଥମ ଦୈନିକ ପରିବା ମାର୍କେଟରେ ଭୋର୍ ୪ଟା …

Leave a Reply

Your email address will not be published. Required fields are marked *