Thursday , January 20 2022
Breaking News
Home / ବିଶେଷ / ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ ଙ୍କ ତତ୍ୱାବଧାନ ରେ ଏକ ବିଶାଳରାଲି ସାହେସ୍ଵରୀ ମନ୍ଦିର ନିକଟରୁ ବାହାରି ପିକୋଳଠାରେ ଥିବା କଲ୍ୟାଣମଣ୍ଡପ ରେ ପହଂଚି ଏକ ସଭାଅନୁଷ୍ଠିତ ହୋଇଥିଲା । ଏଥିରେ ସାଲେପୁର ଡ୍ରାଇଭର ସଂଘ ର ସଭାପତି ତୋରଫ ଭାଇ, ଉପସଭାପତି ନିରଞ୍ଜନ ଭାଇ, ସମ୍ପାଦକ ଗୌତମ ପୁହାଣ, କ୍ୟାସିୟର ପ୍ରତାପ ଭାଇ, ବ୍ଲକ ଆଡମିନ ବଳରାମ ଭାଇ, ବ୍ଲକ ମିଡ଼ିଆ ପରିଚାଳକ ଅବଦୁଲ ଭାଇ ସଭା ପରିଚାଳନା କରିଥିଲେ ସାମ୍ବାଦିକ ମହେଶ୍ୱର ବେହେରା ସଭାରେ ଡ୍ରାଇଭର ମାନଙ୍କ ଭାଇଚାରା କିପରି ବଜାୟ ରହିବ ନିଜନିଜ ମଧ୍ୟରେ ସୁସମ୍ପର୍କ ରଖି ସହଯୋଗ ର ହାତ ବଢ଼େଇ କାର୍ୟ୍ୟ କରିବାକୁ ସଂକଳ୍ପ ନେଇଥିଲେ । ବ୍ଲକର ସମସ୍ତ କର୍ମକର୍ତା ଅଭିଭାଷଣରେ ଉପାଦେୟ ମତ ରଖିଥିଲେ । ସାମ୍ବାଦିକ ମହେଶ୍ୱର ବେହେରା ଅଭିଭାଷଣରେ କହିଥିଲେ ଯେ ଡ୍ରାଇଭର ଭାଇମାନେ ମାଦକଦ୍ରବ୍ୟ ଠାରୁ ଦୁରେଇ ରହିବାକୁ ମତ ରଖିଥିଲେ । ମଦ୍ୟପାନ କରି ଗାଡିଚାଳନା କରୁଥିବା ସଦସ୍ୟ ଙ୍କ ବିରୁଦ୍ଧ ରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସଭାପତି ସ୍ପଷ୍ଟ ଭାବେ ମତରଖିଥିଲେ । ସଭାରେ ସାଲେପୁର ଡ୍ରାଇଭର ସଂଘ ର ନଈଗୁଆ, ଶିଶୁଆ, ବାଲିସାହି, ଲୁଣାହାର, ବାରିଗୋଳ, ପିକୋଳ, ରାଇସୁଙ୍ଗୁଡା, ମିର୍ଜାପୁର, ସିଢ଼ୋ ପଂଚାୟତ ର ବ୍ଲକ ଆଡମିନ ସଭାପତି ସମ୍ପାଦକ କୋଷାଧ୍ୟକ୍ଷ ଚୟନକରାଯାଇ ନୂତନ ଡ୍ରାଇଭର ମାନଙ୍କୁ ସଂଘ ରେ ଯୋଡିବା ପାଇଁ ପରାମର୍ଶ ଦେଇଥିଲେ । ଭାଇମାନଙ୍କ ସହିତ ବନ୍ଧୁତା ବଜାଇରଖି ବାଟଘାଟରେ ଯେଉଁଭାଇ ଅସୁବିଧା ର ସମୁଖୀନ ହେଉଛନ୍ତି ସାହାଯ୍ୟକରି ଭାଇଚାରା ରକ୍ଷା କରିବା ମୂଳ ଲକ୍ଷ୍ୟ ବୋଲି ସଂଘରସଭାପତି କହିଥିଲେ ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *