Thursday , January 20 2022
Breaking News
Home / କୃଷି / ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ତାର ପ୍ରଭାବ ପକାଇଛି । ସମଗ୍ର ଏସିଆ ମହାଦେଶରେ କଳାହାଣ୍ଡି ଜିଲ୍ଲାରକପା ନିଜର ଗୁଣାତ୍ମକ ମାନ ପାଇଁ ପ୍ରସିଦ୍ଧ ଥିବା ବେଳେ ଏହାର ଚାହିଦା ଆନ୍ତର୍ଜାତିକ ବଜାରରେ ବେଶ ଅଧିକ ରହିଛି । କଳାହାଣ୍ଡି ର କପା ବିଦେଶକୁ ରପ୍ତାନି ହେଉଛି । ସମୃଦ୍ଧ କପା ର ଅମଳ ସମୟ ହେଲେ ବାତ୍ୟା ଜୱାଦ ସାଜିଲା ଜଲ୍ଲାଦ । ଠିକ ଅମଳ ସମୟରେ ଅଦିନିଆ ବର୍ଷା ଓ କୋହଲା ପାଗ ଯୋଗୁଁ କପା ତିନ୍ତି ଧଳା ରୁ କଲା ହେବାକୁ ବସିଲାଣି । ଯାହା ଦ୍ୱାରା କି କପା ର ଗୁଣାତ୍ମକ ମାନ ନଷ୍ଟ ହେବା ସହ ବିକ୍ରୟ ମୂଲ୍ୟ କମି ଯିବା ଆଶଙ୍କାରେ ଚାଷୀ ଛନ୍ତିତ ହୋଇ ପଡିଛି । ନିଜର ଧନ ବଳ ମନବଳ ଏବଂ ଆର୍ଥିକ ଋଣ କରି ବହୁ କଷ୍ଟରେ କରିଥିବା କପା ଚାଷ ନଷ୍ଟ ହେବାକୁ ବସିଥିବା ବେଳେ ନିଜର ଜିବନ ଜୀବିକକୁ ନେଇ ଚାଷୀ ହତାଶ  ହୋଇ ପଡିଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅଞ୍ଚଳରେ କପା ୨୦୦୦ ହେକ୍ଟର ଜମିରେ ଚାଷ କରାଯାଇଥିବା ବେଳେ ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ଗୋଲାମୁଣ୍ଡା ବ୍ଲକରେ ମଧ୍ୟ କପା ଚାଷ କରାଯାଇଛି । ଏହି ଦୁର୍ଦ୍ଦିନରେ ପ୍ରଶାସନିକ ପଦକ୍ଷେପ ସ୍ୱରୂପ କପାଚାଷର କ୍ଷୟ କ୍ଷତି କୁ ଆକଳନ କରାଯାଇ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *