Tuesday , December 6 2022
Home / ବିଶେଷ / ଶୋକ ସମାଚାର : ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ଙ୍କ ପରଲୋକ

ଶୋକ ସମାଚାର : ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ଙ୍କ ପରଲୋକ

ଭୁବନେଶ୍ୱର,୦୭/୧୨/୨୦୨୧ (ଓଡ଼ିଶା ସମାଚାର)- ଶତାୟୁ ପୁରୁଷ,ସୁକିନ୍ଦା ଅଂଚଳର ଶିକ୍ଷାର ଆଲୋକ ବର୍ତିକା,ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ପରଲୋକ ଗମନ କରିଛନ୍ତି । । କରୋନା ରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନ୍ତାନ୍ତର ହୋଇଥିଲେ ।  ୧୦୪ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ସୂଚନାଯୋଗ୍ୟ, ନଭେମ୍ବର ୯ ତାରିଖରେ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ୍ର କନ୍ତିରା ଗାଁର ବାସିନ୍ଦା ନନ୍ଦ ସାର୍ ଦୀର୍ଘ ୮୦ ବର୍ଷ ହେଲା ଗାଁ ଛୁଆଙ୍କୁ ବିନା ପାରିଶ୍ରମିକ ରେ ପାଠପଢ଼ାଇ ଆସୁଥିଲେ ।  ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାରଙ୍କ ଜୀବନୀ ଉପରେ ଅଭିସ୍ମିତା ଫିଲ୍ମସ୍ ପକ୍ଷରୁ “ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ” ନାମରେ ଏକ ଫିଲ୍ମ ପ୍ରସ୍ତୁତ କରାଯାଉଛି ।  ଏହାର ୮୦ ଭାଗ ସୁଟିଂ ସରିଥିବା ବେଳେ ଆସନ୍ତା ମାର୍ଚ୍ଚ ୨୦୨୨ ରେ ଏହା ରିଲିଜ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।ଓଡ଼ିଶା ସମାଚାର

Leave a Reply

Your email address will not be published.