Wednesday , January 19 2022
Breaking News
Home / ବିଶେଷ / ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସ୍ୱର୍ଗତ ସ୍ୱାଇଁ ସ୍ଥାନୀୟ ପାଟେଣିଗାଁ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ । ତାଙ୍କ ପ୍ରାଥମିକ ଶିକ୍ଷା ପ୍ରଦାନ ଏପରି ଥିଲା ଯେ ତାଙ୍କର ଅନେକ ଛାତ୍ର ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ବଡ଼ ପଦ ପଦବୀରେ ଅଧିକାରୀ ଅଛନ୍ତି । ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ଅବସର ଗ୍ରହଣ କଲା ପରେ ସେ ନିଜକୁ ସ୍ଥାନୀୟ ଅଂଚଳରେ ସମସ୍ତ ଧାର୍ମିକ ଅନୁଷ୍ଠାନରେ ସାମିଲ କରିବା ସହ ସମାଜସେବାରେ ନିଜକୁ ବ୍ରତୀ ରଖିଥିଲେ । ତେବେ ସେ ସମସ୍ତ ପ୍ରକାର ସୁସ୍ଥ ଅବସ୍ଥାରେ ନିଜ ବାaସ ଭବନର ଛାତ ଉପରେ ମାଙ୍କଡ଼ ହୁଡ଼ାଉଥିବାବେଳେ ଆକସ୍ମିକ ଭାବେ ଛାତରୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କୁ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ସକାଳ ୭ ଟାରେ ପ୍ରାଣ ତ୍ୟାଗ କରିଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହିତ ଗ୍ରାମ ସ୍ମଶାନରେ ଶବ ସତକାର କରାଯାଇଥିଲା । ଏକମାତ୍ର ପୁଅ ରଜନୀକାନ୍ତ ସ୍ୱାଇଁ ମୁଖଶଗ୍ନୀ ଦେଇଥିବାବେଳେ ତାଙ୍କ ବିୟୋଗରେ ଆଖ ପାଖ ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି ।

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *