Thursday , January 20 2022
Breaking News
Home / ରାଜନୀତି / ମମିତାଙ୍କୁ ନ୍ୟାୟ:କଟକ ନଗର ଵିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

ମମିତାଙ୍କୁ ନ୍ୟାୟ:କଟକ ନଗର ଵିଜେପିର ବୁଦ୍ଧିଜୀବୀ ସମ୍ମିଳନୀ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ରାଜ୍ୟର ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ବୁଢା ଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମମିତାଙ୍କୁ ନ୍ୟାୟ ସମ୍ପର୍କରେ କଟକ ନଗର ଵିଜେପି ପକ୍ଷରୁ ଟାଉନହଲ ଠାରେ ଏକ ଆଲୋଚନା ଚକ୍ର ପ୍ରକୋଷ୍ଠର ସଂଯୋଜକ ଗୁରୁଦତ୍ତ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ହିନ୍ଦୁ ସମ୍ବାଦପତ୍ରର କଟକ ମୂଖ୍ୟ ପ୍ରଦୀପ ଦାସ, ରାଜ୍ୟ ବୁଦ୍ଧିଜୀବୀ ପ୍ରକୋଷ୍ଠର ସଂଯୋଜକ ସଜ୍ଜନ ଶର୍ମା,ନଗର ଵିଜେପି ସଭାପତି ଲଲାଟେନ୍ଦୁ ଵଡୁ, ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ସବ୍ୟସାଚୀ ମହାପାତ୍ର, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ରଶ୍ମି ରେଖା ଦାସ ପ୍ରମୁଖ ଯୋଗଦେଇ ମମିତା ହତ୍ୟାର ମୂଖ୍ୟ ଆରୋପୀ ଦଳୀୟ ନେତାଙ୍କୁ ଘଣ୍ଟ ଘୋଡାଇ ମାମଲାକୁ ଦିଗହରା କରୁଥିବା ରାଜ୍ୟ ସରକାରଙ୍କୁ କଟୁ ଭର୍ତ୍ସନା କରିଥିଲେ।ଏଥିରେ ଵହୁ ଵିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ଙ୍କ ସମେତ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ସମାଚାର

About admin

Check Also

ଚର୍ଚ୍ଚା  : ଉରାଳି ପଞ୍ଚାୟତରେ ଅର୍ଥ ହଡପ ଦୂର୍ନିତୀରେ ଲିପ୍ତ ଥିଵା ସରପଞ୍ଚଙ୍କୁ ଜିଲାପରିଷଦ ପ୍ରାର୍ଥୀ କରି ପୁରସ୍କୃତ କଲା ବିଜେଡି

କଟକ ସଦର, ୧୭/୧/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା)- କଟକ ସଦର ବ୍ଲକ ଅନ୍ତର୍ଗତ ଉରାଳି ଗ୍ରାମ ପଞ୍ଚାୟତର ସରକାରୀ ତହଵିଲକୁ …

Leave a Reply

Your email address will not be published. Required fields are marked *