Saturday , November 26 2022
Breaking News
Home / ବିଶେଷ / ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିୟନର ଓଏସଏପି ସୀପାହୀ

ଭିଜିଲାନ୍ସ ଜାଲରେ ଷଷ୍ଠ ବାଟାଲିୟନର ଓଏସଏପି ସୀପାହୀ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଓଏମପିସ୍ଥିତ ଷଷ୍ଠ ବାଟାଲିୟନରେ କାର୍ୟ୍ୟରତ ସୀପାହୀ ସହଦେଵ ପରିଡ଼ାଙ୍କ କାର୍ୟ୍ୟାଳୟ, ସରକାରୀ ବାସଭବନ, ପୁରୀ ମାଳତୀପାଟପୁର ରେ ଥିବା ଶଶୁର ଘର,ଚନ୍ଦନପୁରରେ ଥିବା ପୈତୃକ ଘର,କଟକ ତିନିଘରିଆ ଛକରେ ଥିବା ତିନି ମହଲା ବିଶିଷ୍ଟ ଅଟ୍ଟାଳିକା ଏବଂ ଗଣ୍ଡରପୁର ଠାରେ ଥିଵା ଘର ଉପରେ ଭିଜିଲାନ୍ସ ଟିମ ଆଜି ମଙ୍ଗଳବାର ଏକକାଳୀନ ଚଢ଼ଉ କରିଛି। ତାଙ୍କ ଘରୁ ଚାରିଟି ବାଇକ୍,ନଗଦ ୨ ଲକ୍ଷ ଟଙ୍କା,ଵିପୁଳ ପରିମାଣର ସୁନା ଅଳଙ୍କାର ଓ ୧୭ ଟି ବିଭିନ୍ନ ଵ୍ୟାଙ୍କର ପାସ୍ ବୁକ୍ ଜଵତ ହୋଇଛି। ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ ତାଙ୍କ ପତ୍ନୀ ଗୀତାଞ୍ଜଳି ପରିଡ଼ା ଙ୍କ ନାମରେ କଣ୍ଟିଲୋ ଓ ଗୋପାଳପୁରରେ ୨ ଟି ପ୍ଲଟ୍ ସହିତ ଶ୍ରୀ ପରିଡାଙ୍କ ନାମରେ ଭୂଵନେଶ୍ୱର, ପାଣ୍ଡରା ଓ ମାଳତୀପାଟପୁର ରେ ପ୍ଲଟ ଥିଵା ଜଣାଯାଇଛି।ଏହି ଚଢାଉରେ ଆହୁରି ଅନେକ ସମ୍ପତ୍ତି ମିଳିଵ ଵୋଲି ଭିଜିଲାନ୍ସ ବିଭାଗ ଅନୁମାନ କରୁଥିବା କହିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.