Thursday , January 20 2022
Breaking News
Home / ରାଜନୀତି / ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ

ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ସମାଜବାଦୀ ପାର୍ଟିର ଶୋକ

ଭୁବନେଶ୍ୱର , ୦୭/୧୨/୨୦୨୧ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର କନ୍ତିରା ଗ୍ରାମର ବର୍ଷିୟାନ ଚାଟାଶାଳୀ ଗୁରୁ ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ଶୋକବାର୍ତାରେ କହିଛନ୍ତି ଯେ, ୧୯୪୬ ମସିହାରୁ ଦୀର୍ଘ ୭୫ ବର୍ଷ ଧରି ସ୍ୱର୍ଗତ ନନ୍ଦ ସାର ବିନା ପାରିଶ୍ରମିକରେ ଗରିବ ପିଲାମାନଙ୍କୁ ଶିକ୍ଷା ଦେଇ ଆସୁଥିଲେ । ତାଙ୍କର ନିଷ୍ଠା, ଶିକ୍ଷକତା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଓଡ଼ିଶାରେ କ୍ରମଶଃ ଲୋପ ପାଇଯାଉଥିବା ଚାଟଶାଳୀ ଶିକ୍ଷାକୁ ଏକ ନୂଆ ଆଶା ପ୍ରଦାନ କରିଛି । ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗ ଓଡ଼ିଶାର ପ୍ରାଥମିକ ଶିକ୍ଷାରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କଲା ବୋଲି ଶ୍ରୀ ବେହେରା ତାଙ୍କ ଶୋକବାର୍ତାରେ ପ୍ରକାଶ କରିବା ସହିତ ସ୍ୱର୍ଗତ ନନ୍ଦ ସାରଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଵିଜୁ ଜନତା ଦଳ ପ୍ରତି ଅତ୍ୟଧିକ ଆନୁଗତ୍ୟ ମହଙ୍ଗା ପଡିଲା,ସଦର ଵ୍ଲକ ମହିଳା ଵିଜେଡି ସଭାନେତ୍ରୀ କଵିତା ଦାସଙ୍କ ଦଳରୁ ଇସ୍ତଫା

କଟକ ସଦର, ୨୦/୧/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ଵିଜୁ ଜନତା ଦଳ ପ୍ରତି ଯେତେ ଆନୁଗତ୍ୟ ଦେଖାଇଲେ ଵି ଯଦି ଟଙ୍କାର …

Leave a Reply

Your email address will not be published. Required fields are marked *