Thursday , January 20 2022
Breaking News
Home / ବିଶେଷ / ଦେବୋତର ବିଭାଗ ଅତିରିକ୍ତ ସହକାରୀ ସଚିବଙ୍କ ଚୋରଖନାଥ ପରିଦର୍ଶନ

ଦେବୋତର ବିଭାଗ ଅତିରିକ୍ତ ସହକାରୀ ସଚିବଙ୍କ ଚୋରଖନାଥ ପରିଦର୍ଶନ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥ ପୀଠକୁ ଦେବୋତର ବିଭାଗ କଟକର ଅତିରିକ୍ତ ସହକାରୀ ସଚିବ ସୁମନ୍ କୁମାର ଜେନା ଅଚାନକ ପରିଦର୍ଶନରେ ଆସି ପହଂଚିଥିଲେ । ସଚିବ ଙ୍କ ଆସିବା ଖବର ପାଇ ସ୍ଥାନୀୟ ଅଂଚଳର ବୁଦ୍ଧିଜିବିମାନେ ତାଙ୍କୁ ଦେଖା କରିବା ସହିତ ମନ୍ଦିରର ପରିସରର ପରିବେଶ , ପରିତ୍ୟକ୍ତ ପୋଖରୀ ଏବଂ ମନ୍ଦିର ପରିଚାଳନାର ବିଭିନ୍ନ ତୃଟି ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଏଥି ସହିତ ନିକଟରେ ଦେବୋତର ବିଭାଗ ତରଫରୁ ମନ୍ଦିର ଉପଦେଷ୍ଟା ମଣ୍ଡଳୀରେ ଯେଉଁ ୩ ଜଣ ଙ୍କୁ ୨ ବର୍ଷ ପାଇଁ ଅନୁମାଦନ କରାଯାଇଛି, ସେଥିରେ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମନ୍ଦିର ରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଠିକ ଭାବେ କାର୍ଯ୍ୟ କରୁନଥିବା ଶ୍ରୀଯୁକ୍ତ ଜେନା ଅବଗତ ହୋଇଥିଲେ । ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ , କର୍ମଚାରୀ ଓ ବିଦ୍ଧିଜିବୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗାମୀ ମାର୍ଚ ମାସରେ ମନ୍ଦିର ପରିସରରେ ଥିବା ପୋଖରୀ କୁନରୁଦ୍ଧାର କାର୍ଯ୍ୟ ହେବା ସହିତ ମନ୍ଦିରର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେବା ଓ ଏଠାକୁ କିପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ , ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଅପର ପକ୍ଷେ ମନ୍ଦିରକୁ କ୍ଷତି ପହଂଚାଉଥିବା କୌଣସି ବ୍ୟକ୍ତିକୁ କ୍ଷମା କରାଯିବ ନାହିଁ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା, କିରାଣୀ ସରୋଜ କୁମାର ସାହାଣୀ,ମନ୍ଦିରର ମୁଖ୍ୟ ପୂଜକ ଦିଲିପ କୁମାର ପଣ୍ଡା,ଜ୍ଞାନରଂଜନ ପଣ୍ଡା, ଆଇନଜିବୀ ଜୀବନ ବଲଭ ମହାନ୍ତି, ସମାଜସେବୀ ଦିଲିପ କୁମାର ସ୍ୱାଇଁ, ସୁଶାନ୍ତ କୁମାର ଦାସ, ଦିଲିପ କୁମାର ମହାନ୍ତି, ବାଦଲ ଯୋଗାଣିଆ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗରଦପୁର ଜିଲା ପରିଷଦ ୧୧ନମ୍ବର ରୁ ମଂଜୁବାଳା ଜେନା ଓ ୯ ନମ୍ବର ରୁ ଏଲିନା ସ୍ୱାଇଁ ବିଜେଡ଼ି ପ୍ରାର୍ଥି ଭାବେ ନାମାଙ୍କନ ଦାଖଲ କଲେ

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ନାମାଙ୍କନ ମାହୋଲ ଆରମ୍ଭ ହୋଇ ଯାଇଛି । ଶତାଧିକ …

Leave a Reply

Your email address will not be published. Required fields are marked *