Tuesday , December 6 2022
Home / ବିଶେଷ / ଚିଟଫଣ୍ଡ ଠକେଇ ମାମଲାରେ ଚୈଦ୍ୱ।ର ଜେଲରେ ୩ ମାସ ରହିଵା ପରେ ଆନ୍ଧ୍ରପ୍ରଦେଶର ପୂର୍ଵତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

ଚିଟଫଣ୍ଡ ଠକେଇ ମାମଲାରେ ଚୈଦ୍ୱ।ର ଜେଲରେ ୩ ମାସ ରହିଵା ପରେ ଆନ୍ଧ୍ରପ୍ରଦେଶର ପୂର୍ଵତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଚିଟଫଣ୍ଡ ଠକେଇ ଏକାଧିକ ମାମଲାରେ କ୍ରାଇମବ୍ରାଞ୍ଚ ଅପରିଧିକ ଶାଖା ପକ୍ଷରୁ ଗତ ୨୦୨୧ ସେପ୍ଟେମ୍ବର ୮ ତାରିଖରୁ ଗିରଫ ହୋଇ ୩ ମାସ ହେଲା ଚୈ।ଦ୍ୱ।ର ଜେଲରେ ଥିଵା ଆନ୍ଧ୍ର ପ୍ରଦେଶର ୱ।ଇଏସଆରସିପ୍ ନେତା ତଥା ପୂର୍ବତନ ବିଧାୟକ ଏମ୍ ଭି ପ୍ରସାଦ ଓରଫ ମଲ୍ଲ ଵିଜୟ ପ୍ରସାଦ(୫୨) ଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସର୍ତମୂଳକ ନିୟମିତ ଜାମିନ ପ୍ରଦାନ କରିଛନ୍ତି।ନଗଦ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାଖଲ ସହ ୧ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ଵଦଳରେ ସେ ଜାମିନରେ ଜାଇ ପାରିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି।ଅନ୍ୟ ପକ୍ଷରେ ଆଵେଦନକାରୀଙ୍କ ଚିଟଫଣ୍ଡ ସଂସ୍ଥାର କୈ।ଣସି ଜମାକାରୀ ତାଙ୍କ ଜମାରାଶି ଵାଵଦରେ ଅଭିଯୋଗ କଲେ ଶ୍ରୀ ପ୍ରସାଦ ଉକ୍ତ ଜମାକାରୀଙ୍କୁ ଜମା ରାଶି ଫେରସ୍ତ କରିଵାକୁ ପଦକ୍ଷେପ ନେବାକୁ ଅଦାଲତ ସର୍ତ୍ତ ରଖିଛନ୍ତି। ସୁଚନା ଯୋଗ୍ୟ ଯେ ଶ୍ରୀ ପ୍ରସାଦ ୱଲଫେୟାର ଗୃପ ଅଫ୍ କମ୍ପାନିର ଅନ୍ୟତମ ଶାଖା ୱଲଫେୟାର ଡେଭଲପମେଣ୍ଟ ଆଣ୍ଡ ଵିଲ୍ଡିଂ ଇଷ୍ଟେଟ ପ୍ରାଇଭେଟ୍ ଲିମିଟେଡ ଖୋଲି ଏହାର ପରିଚାଳନା ନିର୍ଦ୍ଦେଶକ ରହି ବିଭିନ୍ନ ରାଜ୍ୟରେ ଶାଖା ଅଫିସ ମାନ ଖୋଲି ଲୋକଙ୍କୁ ଭୂୟାଁ ଵୁଲାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା।କଟକର ଚିଟଫଣ୍ଡ ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ‌ ହେଵା ପରେ ସେ ହାଇକୋର୍ଟରେ ଜାମିନ ପାଇଁ ଦ୍ୱ।ରସ୍ତ ହୋଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.