Thursday , January 20 2022
Breaking News
Home / କୃଷି / କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନୁକମ୍ପାମୂଳକ ସହାୟତା ପାଇଁ ୭ ଦିନ ମଧ୍ୟରେ ଆକଳନ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନୁକମ୍ପାମୂଳକ ସହାୟତା ପାଇଁ ୭ ଦିନ ମଧ୍ୟରେ ଆକଳନ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସାମୁଦ୍ରିକ ଝଡ ଜୱ।ଦର ପ୍ରଭାଵ ଓ ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲାର ୧୪ ଗୋଟି ବ୍ଲକରେ କୃଷି ପ୍ରଭାବିତ ହେବା ସହିତ ପାଚିଲା ଧାନ କିଆରୀ ଉଜୁଡି ଯାଇଛି। ଜିଲ୍ଲାର କଟକ ସଦର,ଵାରଙ୍ଗ, ନିଆଳି, କଣ୍ଟାପଡ଼ା, ସାଲେପୁର, ନିଶ୍ଚିନ୍ତକୋଇଲି,ମାହାଙ୍ଗା, ଟାଙ୍ଗିଚୈ।ଦ୍ୱ।ର,ଆଠଗଡ, ବଡ଼ମ୍ବା, ତିଗିରିଆ, ନରସିଂହପୁର, ବାଙ୍କୀ ଓ ଡମପଡା ବ୍ଲକ୍ ଅଞ୍ଚଳରେ ବ୍ୟାପକ ଚାଷ କ୍ଷୟକ୍ଷତି ହୋଇଛି। ଏଥିରେ ବିଶେଷ କରି କଟକ ସଦର,ଟାଙ୍ଗୀଚୈ।ଦ୍ୱ।ର , କଣ୍ଟାପଡ଼ା ଆଦି ବ୍ଲକ ଅଞ୍ଚଳରେ ଅଧିକ ଚାଷ ନଷ୍ଟ ହୋଇଥିବା ଜଣାପଡିଛି। ଏଥିପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ଜରୁରୀକାଳୀନ ଭିତ୍ତିରେ ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ବ୍ଲକ୍ ଚାଷିମାନଙ୍କର ଵର୍ଷାଜନୀତ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଜିଲ୍ଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଓଡ଼ିଶା ସମାଚାର

About admin

Check Also

ଅଦିନିଆ ବର୍ଷା ରେ ବେହାଲ ଧାନ ମଣ୍ଡି, ଚାଷୀ ମୁଣ୍ଡରେ ଚଡକ

Leave a Reply

Your email address will not be published. Required fields are marked *